ଝାରସୁଗୁଡ଼ା: ମଙ୍ଗଳବାର ଖରାପ ପାଗ ଯୋଗୁଁ ଦିଲ୍ଲୀରୁ ଝାରସୁଗୁଡ଼ା ଆସିଥିବା ସ୍ପାଇସ୍ ଜେଟ୍ର ବୋଇଂ ଏସ୍ଜି ୮୭୬୭ ବିମାନ ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରେ ଓହ୍ଲାଇ ପାରି ନଥିଲା। ଫଳରେ ଝାରସୁଗୁଡ଼ା ଆକାଶ ଉପରେ କିଛି ସମୟ ଚକ୍କର କାଟିଥିଲା ଓ ଏୟାର ଟ୍ରାଫିକ କଣ୍ଟ୍ରୋଲର ନିର୍ଦ୍ଦେଶକ୍ରମେ ସମସ୍ତ ଯାତ୍ରୀଙ୍କୁ ନେଇ ଭୁବନେଶ୍ବର ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦରରେ ଅବତରଣ କରିଥିଲା। ଏହି ବିମାନ ଝାରସୁଗୁଡ଼ାରେ ଅପରାହ୍ଣ ୩.୨୫ମି.ରେ ଅବତରଣ କରିବାକୁ ଥିବାବେଳେ ଅଚାନକ କୋହଳା ପାଗ ସହିତ ସାମନ୍ୟ ବର୍ଷା ହୋଇଥିଲା। ଫଳରେ ଏହି ବିମାନ ଏଠାରେ ଅବତରଣ ନକରି ପାରି ଭୁବନେଶ୍ବରରେ ଅବତରଣ କରିବାକୁ ବାଧ୍ୟ ହୋଇଥିଲା ବୋଲି ବିମାନ ବନ୍ଦର ସୂତ୍ରରୁ ପ୍ରକାଶ। ସେହିପରି ଆଜି ରାତି ୮. ୨୦ମି. ରେ ହାଇଦ୍ରାବାଦରୁ ଝାରସୁଗୁଡ଼ା ଆସି କୋଲକତା ଯାଉଥିବା ବିମାନ ମଧ୍ୟ ବାତିଲ ହୋଇଥିଲା। ତେବେ ରାୟପୁର, ହାଇଦ୍ରାବାଦ ଓ ଭୁବନେଶ୍ବରକୁ ବିମାନ ସେବା ସ୍ବାଭାବିକ ରହିଥିଲା।
ଖରାପ ପାଗ ଯୋଗୁଁ ଓହ୍ଲାଇ ପାରିଲାନି ବିମାନ, ଝାରସୁଗୁଡ଼ାରେ ଓହ୍ଲାଇ ନପାରି ଭୁବନେଶ୍ବର ଫେରିଗଲା
କୋଲକାତା ବିମାନ ମଧ୍ୟ ବାତିଲ
/sambad/media/post_attachments/wp-content/uploads/2020/02/56d1g65sdf4g65sdf4g65sdf4g65sdfggggggggggggggggggd.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)