ଲକ୍‌-ଡାଉନ୍‌ ପ୍ରଭାବ: ବହୁ ବିମାନ ଚଳାଚଳ ବାତିଲ୍‌

ଭୁବନେଶ୍ବର : ଓଡ଼ିଶା‌ରେ ଜନତା କର୍ଫ୍ୟୁ ଓ ଲକ୍‌-ଡାଉନ୍‌ ପାଇଁ ଘରୋଇ ବିମାନ ସଂସ୍ଥାଗୁଡ଼ିକ ପକ୍ଷରୁ ଆସନ୍ତା ୨୯ ତାରିଖ ପର୍ଯ୍ୟନ୍ତ କିଛି ବିମାନ ଚଳାଚଳକୁ ବାତିଲ୍‌ କରାଯାଇଛି। ଆଜି ଗୋ-ଏୟାର୍‌ ପକ୍ଷରୁ ସମସ୍ତ ବିମାନ ଚଳାଚଳକୁ ବାତିଲ୍‌ କରାଯାଇଥିଲା। ସେହିପରି ଏୟାରଏସିଆ ଏବଂ ଭିସ୍ତାରା ପକ୍ଷରୁ ଭୁବନେଶ୍ବର-ହାଇଦ୍ରାବାଦ (ଆଇ୫-୧୫୬୮) ଏବଂ ଭୁବନେଶ୍ୱର ଦିଲ୍ଲୀ(ୟୁକେ ୭୮୬)କୁ ବାତିଲ୍‌ କରାଯାଇଥିଲା।

ମିଳିଥିବା ସୂଚନା ଅନୁଯାୟୀ, ଆସନ୍ତା ୨୮ ତାରିଖ ପର୍ଯ୍ୟନ୍ତ ଇଣ୍ଡି‌ଗୋର ୪୦ ପ୍ରତିଶତ ବିମାନ ଓଡ଼ିଶାକୁ ଚଳାଚଳ କରିବ ନାହିଁ। ୨୭୦୧/୨୨୫୬ ଦିଲ୍ଲୀ-ଭୁବନେଶ୍ୱର-ଦିଲ୍ଲୀ, ୪୧୧/୪୧୧ ବେଙ୍ଗାଲୁରୁ-ଭୁବନେଶ୍ୱର-କୋଲକାତା, ୮୨୩/୪୯୨ ବେଙ୍ଗାଲୁରୁ-ଭୁବନେଶ୍ବର-ବେଙ୍ଗାଲୁରୁ, ୫୦୩୫/୫୦୩୭ ଦିଲ୍ଲୀ-ଭୁବନେଶ୍ୱର-ଦିଲ୍ଲୀ ଏବଂ ୪୨୭/୪୩୧ ବେଙ୍ଗାଲୁରୁ-ଭୁବନେଶ୍ୱର-ବେଙ୍ଗାଲୁରୁ ବିମାନକୁ ଆସନ୍ତା ୨୮ତାରିଖ ପର୍ଯ୍ୟନ୍ତ ବାତିଲ କରାଯାଇଛି। ସେହିପରି ଏୟାର-ଇଣ୍ଡିଆର ଏଆଇ-୭୮ ଭୁବନେଶ୍ୱର-ଦିଲ୍ଲୀ, ଗୋ-ଏୟାର୍‌ର ଜି୮-୭୬୧ ଭୁବନେଶ୍ୱର-କୋଲକାତା ଏବଂ ଜି୮୨୪୭ ଭୁବନେଶ୍ୱର-ମୁମ୍ବାଇ ବିମାନକୁ ମଧ୍ୟ ବାତିଲ୍‌ କରାଯାଇଛି।

ସମ୍ବନ୍ଧିତ ଖବର