ଭୁବନେଶ୍ବର : ଆସନ୍ତା ମେ’ ଶେଷ ସପ୍ତାହରେ ଭୁବନେଶ୍ବରକୁ ସିଙ୍ଗାପୁରକୁ ବିମାନ ଉଡ଼ାଣ କରିବ। ଏହାଦ୍ବାରା ଓଡ଼ିଶା ପାଇଁ ନୂଆ ସୁଯୋଗ ସୃଷ୍ଟି ହେବ। ଜାପାନ ଗସ୍ତରେ ଯିବା ଅବସରରେ ମୁଖ୍ୟମନ୍ତ୍ରୀ କିଛି ସମୟ ପାଇଁ ସିଙ୍ଗାପୁର ବିମାନବନ୍ଦରରେ ଅଟକିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କ ସଚିବ (୫ଟି) ଭି.କେ ପାଣ୍ଡିଆନ ମୁଖ୍ୟମନ୍ତ୍ରୀଙ୍କ ସହ ଭାବ ବିନିମୟ କରିଥିଲେ। ପାଣ୍ଡିଆନ ଏହି ଭିଡିଓକୁ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ପୋଷ୍ଟ କରି ଭୁବନେଶ୍ବର-ସିଙ୍ଗାପୁର ବିମାନ ଉଡ଼ାଣ ନେଇ ସୂଚନା ଦେଇଛନ୍ତି। ଏହାସହ ଲେଖିଛନ୍ତି ଯେ ଦକ୍ଷତା ବିକାଶ ପାଇଁ ଆମେ ପୂର୍ବରୁ ଆଇଟିଇଏସ୍ ସିଙ୍ଗାପୁର ସହ ସହବନ୍ଧିତ। ଆମର ଛାତ୍ରଛାତ୍ରୀମାନେ ଏଠାରେ ପ୍ରଶିକ୍ଷଣ ନେଇଛନ୍ତି।
ମେ ଶେଷ ସପ୍ତାହରେ ଭୁବନେଶ୍ବରରୁ ସିଙ୍ଗାପୁରକୁ ବିମାନ ଉଡ଼ାଣ
ସିଙ୍ଗାପୁର ବିମାନବନ୍ଦରରେ ମୁଖ୍ୟମନ୍ତ୍ରୀଙ୍କ ସହ ବାର୍ତ୍ତାଳାପ ଭିଡିଓ ପୋଷ୍ଟ କରି ସୂଚନା ଦେଲେ ୫-ଟି ସଚିବ
/sambad/media/post_attachments/wp-content/uploads/2023/04/cm-in-japan.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)