ଭୁବନେଶ୍ୱରରୁ ବିଶାଖାପାଟଣାକୁ ଉଡ଼ିବ ବିମାନ, ଲାଇସେନ୍ସକୁ ଅପେକ୍ଷା

ଭୁବନେଶ୍ୱର: ଭୁବନେଶ୍ୱରରୁ ବିଶାଖାପାଟଣାକୁ ଉଡ଼ିବ ବିମାନ। ଭାୟା ଜୟପୁର ଦେଇ ବିମାନ ଚଳାଚଳ ହେବ। ଏନେଇ ବିଜୁ ପଟ୍ଟନାୟକ ବିମାନବନ୍ଦର ନିର୍ଦେଶକ ପ୍ରଭାତ ରଞ୍ଜନ ବେଉରା ସୂଚନା ଦେଇଛନ୍ତି। ସେ କହିଛନ୍ତି,୯ ସିଟ୍ ବିଶିଷ୍ଟ ବିମାନରେ ଯାତ୍ରୀମାନେ ଯାତ୍ରା କରିବେ। ପ୍ରାଥମିକ ପର୍ଯ୍ୟାୟରେ ବିଡିଂରେ ସାମିଲ ହୋଇଛି ଇଣ୍ଡିଆନ ଏୟାରଲାଇନ୍ସ। ଏଥିପାଇଁ ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି ପହଞ୍ଚିଥିବା କହିଛନ୍ତି ବିଜୁ ପଟ୍ଟନାୟକ ବିମାନବନ୍ଦର ନିର୍ଦ୍ଦେଶକ। ଡିଜିସିଏର ଲାଇସେନସକୁ ଅପେକ୍ଷା କରିଛି ଭୁବନେଶ୍ୱର ବିମାନ ବନ୍ଦର କର୍ତ୍ତୃପକ୍ଷ। ଲାଇସେନ୍ସ ମିଳିଲେ ଖୁବ ଶୀଘ୍ର ଉଡ଼ିବ ବିମାନ ବୋଲି ବିମାନବନ୍ଦର ନିର୍ଦେଶକ କହିଛନ୍ତି।

ଏଣେ ବାତ୍ୟାକୁ ନେଇ ବିଜୁ ପଟ୍ଟନାୟକ ବିମାନବନ୍ଦର ନିର୍ଦେଶକ କହିଛନ୍ତି, ଏନେଇ ସତର୍କ ରହିଛି ଭୁବନେଶ୍ୱର ବିମାନ ବନ୍ଦର କର୍ତ୍ତୃପକ୍ଷ। ପାଣିପାଗ ବିଭାଗର ଯୋଗାଯୋଗରେ ରହିଛୁ। ବିମାନବନ୍ଦରର ଏସଓପିକୁ ଅନୁଯାୟୀ ଆଗାମୀ ପଦକ୍ଷେପ ନିଆଯିବ। ପବନର ବେଗ ଓ ରନ୍ ୱେରେ ବର୍ଷାଜଳର ପରିମାଣକୁ ଅନୁଧ୍ୟାନ କରି ବାତ୍ୟା ଦିନ ବିମାନ ଚଳାଚଳ ନିଷ୍ପତ୍ତି ନିଆଯିବ ବୋଲି ସୂଚନା ଦେଇଛନ୍ତି ବିଜୁ ପଟ୍ଟନାୟକ ବିମାନବନ୍ଦର ନିର୍ଦ୍ଦେଶକ।

 

ସମ୍ବନ୍ଧିତ ଖବର