ଜୟପୁର: ବେସାମରିକ ବିମାନଚଳାଚଳ ପ୍ରାଧିକରଣ ପକ୍ଷରୁ ଜୟପୁର ବିମାନବନ୍ଦରରେ ରାତିରେ ମଧ୍ୟ  ବିମାନ ଓହ୍ଲାଇବା ପାଇଁ ଅନୁମତି ମିଳିଛି। ଏ ନେଇ  ବେସାମରିକ ବିମାନ ଚଳାଚଳ ବିଭାଗ ପକ୍ଷରୁ ଚିଠି ଆସିଥିବା ସୂଚନା ମିଳିଛି। ଗତ ଅକ୍ଟୋବର ୩୧ତାରିଖ ଦିନ ଜୟପୁର ବିମାନ ବନ୍ଦରର ଲୋକାର୍ପଣ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରିଥିଲେ। ପ୍ରଥମେ ଭୁବନେଶ୍ବର-ଜୟପୁରକୁ ୯ସିଟ୍ ବିଶିଷ୍ଟ ଇଣ୍ଡିଆ ୱାନ ଏୟାର ବିମାନ ଚଳାଚଳ ଆରମ୍ଭ କରିଥିଲା।

Advertisment

ପରବର୍ତ୍ତୀ କିଛି ଦିନ ପରେ ଜୟପୁର–ବିଶାଖାପାଟଣାକୁ ବିମାନ ଚାଳିଥିଲା। ପୂର୍ବରୁ ରବିବାର ବିମାନ ଚଳାଚଳ କରୁନଥିବା ବେଳେ ଜାନୁଆରୀରୁ ରବିବାର ସପ୍ତାହକରେ ସାତ ଦିନ ବିମାନ ଚଳାଚଳ କରୁଥିଲା। ଏହାରି ମଧ୍ୟରେ ବିଡ୍ ପାଇଥିବା ଇଣ୍ଡିଆ ୱାନ ଏୟାର ଆଉ ଗୋଟିଏ ବିମାନ ଆଣିଥିବା ବେଳେ ଏହାର ଚଳାଚଳ କରିନାହିଁ। ତେବେ ହକି ବିଶ୍ବକପ୍ ପାଇଁ ଏହି ବିମାନକୁ ବ୍ୟବହାର କରାଯାଇଥିଲା। ତେବେ ଡିଜିସିଏ ପକ୍ଷରୁ ଯାଂଚ କରି ଦେଇଥିବା ରିପୋର୍ଟ ଏବଂ ଗତ କିଛି ମାସ ଧରି ନିୟମିତ ଭାବେ ବିମାନ ଉଡାଣ ଆଦିକୁ ଲକ୍ଷ୍ୟରେ ରଖି ରାତିରେ ବିମାନ ଚଳାଚଳ କରିବାକୁ ବେସାମରିକ ବିମାନଚଳାଚଳ ପ୍ରାଧିକରଣ ପକ୍ଷରୁ ଚିଠି ମିଳିଛି। ସେଭଳି ଏହା ସହ ରାଉରକେଲା ବିମାନବନ୍ଦରରେ ମଧ୍ୟ ରାତିରେ ଓହ୍ଲାଇବାକୁ ଅନୁମତି ମିଳିଥିବା ସୂଚନା ମିଳିଛି।