ଝାରସୁଗୁଡା: ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରେ ପୁଣି ସେହି ପୁରୁଣା ରୋଗ ଆରମ୍ଭ ହୋଇଛି। ବର୍ଷା ଓ କୋହଳା ପାଗ ହେଲେ ଏଠାରେ ବିମାନ ଅବତରଣ କରିବା କଷ୍ଟକର ହୋଇପଡ଼େ। ଚଳିତ ବର୍ଷ ବର୍ଷା ଋତୁ ଆରମ୍ଭ ହେଉ ହେଉ ବିମାନ ବାତିଲ ହେବା ଆରମ୍ଭ ହୋଇଛି। ଆଜି କଲୋକାତା ଠାରୁ ଝାରସୁଗୁଡ଼ା ଆସୁଥିବା ସ୍ପାଇସ୍ ଜେଟ୍ ବିମାନ ଝାରସୁଗୁଡ଼ା ଆସି ପାଗ ଖରାବ ଥିବାରୁ ପୁଣି କୋଲକାତା ଫେରିଯାଇଥିବା ଜଣାପଡ଼ିଛି। ଆଜି ଅପରାହ୍ନରେ ସାମନ୍ୟ ବର୍ଷା ହୋଇଥିଲା। ଏହି ସମୟରେ ବିମାନ ଝାରସୁଗୁଡ଼ା ପର୍ଯ୍ୟନ୍ତ ଆସିଥିଲେ ମଧ୍ୟ ବିମାନ ବନ୍ଦର ଭିଜିବୁଲ୍ ନହେବାରୁ ପୁଣି ଫେରିଯାଇଛି। ଗତ ୧୫/୨୦ ଦିନ ହେଲେ ଝାରସୁଗୁଡ଼ା ହାଇଦ୍ରାବାଦ ମଧ୍ୟରେ ଚଳାଚଳ କରୁଥିବା ସ୍ପାଇସ୍ଜେଟ୍ର ବିମାନ ଉଡ଼ାଣ ମଧ୍ୟ ବନ୍ଦ ହୋଇ ଯାଇଛି। ଏଠାରେ ଆଇଏଲ୍ଏସ୍ ବ୍ୟବସ୍ଥା ନହେଲେ ବର୍ଷା ଦିନରେ ଏଭଳି ବିମାନ ଉଡ଼ାଣରେ ଅନିୟମିତତା ଲାଗି ରହିବ ଏଥିରେ ସଂଦେହ ନାହିଁ।
ଝାରସୁଗୁଡା: ପାଗ ଖରାପ ଯୋଗୁ ଅବତରଣ କରିପାରିଲାନି ବିମାନ, ଦୀର୍ଘ ଦିନ ହେଲା ହାଇଦ୍ରାବାଦ୍ ଉଡ଼ାଣ ବନ୍ଦ
/sambad/media/post_attachments/wp-content/uploads/2020/05/jsg-airport-sambad.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)