ମେ’ ୧୯ରୁ ବିମାନ ସେବା ଆରମ୍ଭ : ଭୁବନେଶ୍ବରରୁ ବେଙ୍ଗାଲୁରୁ ଉଡ଼ିବ, ଏବେ କେବଳ ଏୟାର ଇଣ୍ଡିଆ

ଭୁବନେଶ୍ବର : ମାର୍ଚ୍ଚ ୨୪ ତାରିଖରୁ ସାରା ଦେଶରେ ବନ୍ଦ ହୋଇଥିବା ଘରୋଇ ବିମାନ ଉଡ଼ାଣ ଆସନ୍ତା ୧୯ତାରିଖରୁ ଆରମ୍ଭ ହେବ। ଏବେ କେବଳ ଏୟାର ଇଣ୍ଡିଆ ସେବା ଯୋଗାଇବ। ଏହାପରେ ବାକି ବିମାନ କମ୍ପାନିକୁ ଉଡ଼ାଣ ପାଇଁ ଅନୁମତି ମିଳିବ।

ଭୁବନେଶ୍ବରରୁ ବେଙ୍ଗାଲୁରୁକୁ ଗୋଟିଏ ଏୟାର ଇଣ୍ଡିଆ ବିମାନ ଚଳାଚଳ କରିବ। ଏଥିରେ ଯାତାୟାତ କରିବାକୁ ଥିବା ଲୋକମାନଙ୍କୁ ନିଜର ଯାତ୍ରା ଖର୍ଚ୍ଚ ବହନ କରିବାକୁ ପଡ଼ିବ। ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ବାକି ବିମାନ କମ୍ପାନି ସେମାନଙ୍କର ଉଡ଼ାଣ ସୂଚୀ ଡିଜିସିଏ ନିକଟରେ ଦାଖଲ କରିଥିବାବେଳେ ତାହାକୁ ସମୀକ୍ଷା କରାଯାଉଛି। ଡିଜିସିଏ ଚୂଡ଼ାନ୍ତ ନିଷ୍ପତ୍ତି ନେବା ପରେ ବିମାନ ଉଡ଼ାଣ ପାଇଁ ଅନୁମତି ଦିଆଯିବ। ୫ରୁ ୭ଦିନ ଆଗରୁ ବିମାନ କମ୍ପାନିଙ୍କୁ ଏନେଇ ଜଣାଇ ଦିଆଯିବ। ଯାହାଦ୍ବାରା ସେମାନେ ଟିକେଟ୍‌ ବୁକିଂ ଆରମ୍ଭ କରିବେ। ଯାତ୍ରୀଙ୍କ ସାମାଜିକ ଦୂରତା ରକ୍ଷା କରିବା ନେଇ କ’ଣ ପଦକ୍ଷେପ ନିଆଯିବ ସେନେଇ ଘରୋଇ କମ୍ପାନିମାନଙ୍କୁ ଜଣାଇ ଦିଆଯାଇଛି।

ସମ୍ବନ୍ଧିତ ଖବର