ଦୁଇ ଘଣ୍ଟା ବିଳମ୍ବରେ ଚାଲିଲା ବିମାନ, ଅପେକ୍ଷା କରି ଯାତ୍ରୀ ନୟାନ୍ତ

ଝାରସୁଗୁଡ଼ା : ସ୍ପାଇସ ଜେଟ୍‌ ବିମାନ ସେବା ସୋମବାର ଯାତ୍ରୀଙ୍କୁ କଷ୍ଟ ଦେଇଛି। ଆଜି ତିନୋଟି ଯାକ ବିମାନ ନିର୍ଦ୍ଦିଷ୍ଟ ସମୟରୁ ଦୁଇ ଘଣ୍ଟା ବିଳମ୍ବରେ ଉଡ଼ାଣ କରିଥିବାରୁ ଅପେକ୍ଷା କରିଥିବା ଯାତ୍ରୀମାନେ ତୀବ୍ର ଅସନ୍ତୋଷ ପ୍ରକାଶ କରିଥିଲେ। ଅପରାହ୍ନ ୩ଟା ୧୦ରେ ଦିଲ୍ଲୀରୁ ଝାରସୁଗୁଡ଼ା ଆସିବାକୁ ଥିବା ଏସ୍‌ଜି ୮୯୬୮ ବିମାନ ୬୨ ଜଣ ଯାତ୍ରୀଙ୍କୁ ନେଇ ସାଢ଼େ ୫ଟାରେ ପହଞ୍ଚିଥିଲା। ଏଠାରୁ ବିଳମ୍ବରେ ପୁଣି ୭୦ ଜଣ ଯାତ୍ରୀଙ୍କୁ ନେଇ ଦିଲ୍ଲୀ ଅଭିମୁଖେ ଯାତ୍ରା କରିଥିଲା। ସେହିପରି ୩ଟା ୫୦ରେ କଲିକତାରୁ ଝାରସୁଗୁଡ଼ା ଆସୁଥିବା ଏସ୍‌ଜି ୩୨୮୧ ବିମାନ ୧୬ ଜଣ ଯାତ୍ରୀଙ୍କୁ ନେଇ ଦୁଇ ଘଣ୍ଟା ବିଳମ୍ବରେ ପହଞ୍ଚଥିବା ବେଳେ ଏଠାରୁ ୩୩ ଯାତ୍ରୀଙ୍କୁ ନେଇ ହାଇଦ୍ରାବାଦ ଅଭିମୁଖେ ଯାତ୍ରା କରିଥିଲା। ସେହିପରି ହାଇଦ୍ରାବାଦରୁ ଆସି କଲିକତା ଯାଉଥିବା ଏସ୍‌ଜି ୩୨୮୩ ବିମାନ ରାତ୍ର ସାଢ଼େ ୧୦ ସୁଦ୍ଧା ଆସି ନଥିବା ଜଣାଯାଇଛି। ବିମାନ କେତେବେଳେ ପହଞ୍ଚିବ ଓ କେତେ ଯାତ୍ରୀ ଯିବା ପାଇଁ ଅପେକ୍ଷା କରିଛନ୍ତି ସେନେଇ ବିମାନ ବନ୍ଦର ନିର୍ଦ୍ଦେଶକ ଏସ୍‌.କେ.ଚୌହାନଙ୍କ ପାଖରେ କୌଣସି ତଥ୍ୟ ନଥିବା କହିଛନ୍ତି।

ସମ୍ବନ୍ଧିତ ଖବର