‘ଏଡିଏସ୍‌’ କ୍ଷେପଣାସ୍ତ୍ରର ବିମାନ ପରୀକ୍ଷା

ବାଲେଶ୍ବର/ଚାନ୍ଦିପୁର: ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂସ୍ଥା (ଡିଆର୍‌ଡିଓ)ର ଚାନ୍ଦିପୁରସ୍ଥିତ କ୍ଷେପଣାସ୍ତ୍ର ଘାଟି (ଆଇଟିଆର୍‌)ରୁ ଅତି ସ୍ବଳ୍ପ ଦୂରଗାମୀ ଏୟାର ଡିଫେନ୍ସ ସିଷ୍ଟମ୍‌ (ଭିଏସ୍‌ଆର୍‌ଏଡିଏସ୍‌) କ୍ଷେପଣାସ୍ତ୍ରର କ୍ରମାଗତ ୨ଟି ପରୀକ୍ଷା ସଫଳ ହୋଇଛି। ଏନେଇ ଆଜି ଡିଆର୍‌ଡିଓ ପକ୍ଷରୁ ଗଣମାଧ୍ୟମକୁ ସୂଚନା ଦିଆଯାଇଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏବଂ ଡିଆର୍‌ଡିଓ ତଥା ପ୍ରତିରକ୍ଷା ବିଭାଗର ଆର୍‌ ଆଣ୍ଡ ଡି ଚେୟାର୍‌ମ୍ୟାନ୍‌ ଡକ୍ଟର ସମୀର ଭି କମାଟ ସମସ୍ତ ବୈଜ୍ଞାନିକମାନଙ୍କୁ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷା ପାଇଁ ଶୁଭେଚ୍ଛା ଓ ଧନ୍ୟବାଦ ଜଣାଇଛନ୍ତି।

ଉଲ୍ଲେଖ ଥାଉକି କ୍ଷେପଣାସ୍ତ୍ରରେ ବ୍ୟବହାର ହୋଇଥିବା ଭିଏସ୍‌ଆର୍‌ଏଡିଏସ୍‌ ହେଉଛି ଏକ ମ୍ୟାନ୍ ପୋଟାବଲ୍‌ ଏୟାର୍‌ ଡିଫେନ୍ସ ସିଷ୍ଟମ୍। ଯାହା ବିମାନରୁ ଉତ୍‌କ୍ଷେପଣ ହେବା ସହ ଆକାଶମାର୍ଗରେ ସ୍ବଳ୍ପ ଉଚ୍ଚତା ଓ ଦୂରତା ବିଶିଷ୍ଟ ଲକ୍ଷ୍ୟକୁ ଭେଦ କରିବାର କ୍ଷମତା ରଖିଛି। ହାଇଦ୍ରାବାଦର ଅନୁସନ୍ଧାନ କେନ୍ଦ୍ର ଇମାରତ ଦ୍ବାରା ଡିଆର୍‌ଡିଓର ଲାବରେଟୋରି ଏବଂ ଭାରତୀୟ ଶିଳ୍ପ ସହଭାଗୀମାନଙ୍କ ଉଦ୍ୟମକ୍ରମେ କ୍ଷେପଣାସ୍ତ୍ରଟିକୁ ବିକଶିତ କରାଯାଇଛି। ଏଥିରେ ଡୁଆଲ୍‌ ବ୍ୟାଣ୍ଡ ଆଇଆଇଆର୍‌ ସିକର, ମିନିଏଚରାଇଜ୍‌ଡ ରିଆକ୍ସନ କଣ୍ଟ୍ରୋଲ୍‌ ସିଷ୍ଟମ୍‌ ଏବଂ ଇଣ୍ଟିଗ୍ରେଟେଡ୍‌ ଏଭିଓନିକ୍ସ ସହ ଅନ୍ୟ ବିଭିନ୍ନ ଜ୍ଞାନକୌଶଳ ପ୍ରାୟୋଗ କରାଯାଇଛି।

ସମ୍ବନ୍ଧିତ ଖବର