ଭୁବନେଶ୍ବର : ଆଜି ବାଲେଶ୍ବରର ଚାନ୍ଦିପୁରସ୍ଥିତ ଇଣ୍ଟିଗ୍ରେଟେଡ୍ ଟେଷ୍ଟ ରେଞ୍ଜ(ଆଇଟିଆର)ରୁ ଆକାଶ ପ୍ରାଇମର ସଫଳ ପରୀକ୍ଷଣ ହୋଇଛି । ଅପରାହ୍ଣ ସାଢେ ୪ଟା ବେଳେ ଡିଆରଡିଓ ପକ୍ଷରୁ ଏହି ପରୀକ୍ଷଣ କରାଯାଇଥିଲା । ଏହି କ୍ଷେପଣାସ୍ତ୍ରଟି ଏକ ଆକାଶରେ ଉଡ଼ୁଥିବା ଏକ ମାନବବିହୀନ ବିମାନକୁ ସଫଳତାର ସହ ଧ୍ବଂସ କରିଦେଇଥିଲା । ଆକାଶ କ୍ଷେପଣାସ୍ତ୍ରର ଏକ ଉନ୍ନତ ସଂସ୍କରଣ କୁହାଯାଉଥିବା ଆକାଶ ପ୍ରାଇମର ଏକା ପ୍ରଥମ ପରୀକ୍ଷଣ ।
ଚାନ୍ଦିପୁରରୁ ଆକାଶ ପ୍ରାଇମ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ
/sambad/media/post_attachments/wp-content/uploads/2021/09/akash.jpg)