ନୂଆ ବର୍ଷରୁ ଭୁବନେଶ୍ବରରୁ ଗୌହାଟୀକୁ ବିମାନ ଉଡ଼ାଣ

ଭୁବନେଶ୍ବର : ନୂଆବର୍ଷରୁ ଭୁବନେଶ୍ବରରୁ ଗୌହାଟୀକୁ ସିଧା ବିମାନ ଉଡ଼ାଣ ଆରମ୍ଭ ହେବ। ଜାନୁଆରି ୧ରୁ ଇଣ୍ଡିଗୋ ବିମାନ ସପ୍ତାହକୁ ଚାରିଦିନ ସୋମ, ବୁଧ, ଶୁକ୍ର ଏବଂ ରବିବାର ଭୁବନେଶ୍ବରରୁ ଗୌହାଟୀ ମଧ୍ୟରେ ଉଡ଼ାଣ କରିବ। ବିମାନ ୬ଇ ୬୯୭୧ ଅପରାହ୍ନ ୨ଟା ୪୫ରୁ ଉଡ଼ାଣ ଆରମ୍ଭ କରି ଗୌହାଟୀରେ ଅପରାହ୍ନ ୪ଟା ୨୦ରେ ଅବତରଣ କରିବ। ସେହିପରି ବିମାନ ୬ଇ ୬୫୭୪ ବିମାନ ଅପରାହ୍ନ ୪ଟା ୫୦ରେ ଭୁବନେଶ୍ବରରୁ ବାହାରି ଗୌହାଟୀରେ ସଂଧ୍ୟା ୬ଟା ୪୫ରେ ଅବତରଣ କରିବ।

ସେହିପରି ଅକ୍ଟୋବର ୩୦ରୁ ଏୟାର ଏସିଆ ଭୁବନେଶ୍ବରରୁ ନୂଆଦିଲ୍ଲୀ ମଧ୍ୟରେ ସିଧା ବିମାନ ଉଡ଼ାଣ ଆରମ୍ଭ କରିବ। ବିମାନଟି ପ୍ରତିଦିନ ସକାଳ ୧୦ଟା ୩୫ରେ ନୂଆଦିଲ୍ଲୀରୁ ଉଡ଼ାଣ ଆରମ୍ଭ କରି ମଧ୍ୟାହ୍ନ ୧୨ଟା ୪୫ରେ ଭୁବନେଶ୍ବରରେ ଅବତରଣ କରିବ। ଭୁବନେଶ୍ବରରୁ ରାତି ୮ଟା ୨୦ରେ ଉଡ଼ାଣ ଆରମ୍ଭ କରି ରାତି ୧୦ଟା ୨୫ରେ ଦିଲ୍ଲୀରେ ପହଞ୍ଚିବ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର