ଫନି ସତର୍କତା : ୨୪ ଘଣ୍ଟା ପାଇଁ ଭୁବନେଶ୍ବର ଏୟାରପୋର୍ଟକୁ ସବୁ ଫ୍ଲାଇଟ ବାତିଲ

ନୂଆଦିଲ୍ଲୀ : ସମ୍ଭାବ୍ୟ ସାମୁଦ୍ରିକ ବାତ୍ୟା ଫନିକୁ ନେଇ ପୂର୍ବ ଉପକୂଳରେ ଥିବା ଏୟାରପୋର୍ଟଗୁଡ଼ିକ ସତର୍କତା ଅବଲମ୍ବନ କରିବା ପାଇଁ କେନ୍ଦ୍ର ବେସାମରିକ ବିମାନଚଳାଚଳ ମନ୍ତ୍ରୀ ସୁରେଶ ପ୍ରଭୁ କହିଛନ୍ତି । ଏୟାରପୋର୍ଟଗୁଡ଼ିକ ସୁରକ୍ଷା ପାଇଁ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜୋର ବା ଏସଓପି ପାଳନ କରିବାକୁ କୁହାଯାଇଛି । ସୁରକ୍ଷା ଦୃଷ୍ଟିରୁ ଭୁବନେଶ୍ବର ଓ ବିଶାଖାପାଟଣା, କୋଲକତା ଏୟାପୋର୍ଟକୁ ଚଳାଚଳ କରୁଥିବା ସବୁ ଯାତ୍ରୀବାହୀ ବିମାନକୁ ବନ୍ଦ କରାଯାଇଛି । ତେବେ ରିଲିଫ କାର୍ଯ୍ୟ ପାଇଁ ସାମରିକ ହେଲିକାପ୍ଟର ଓ ବିମାନ ଚଳାଚଳ କରିବ ।

ଇଣ୍ଡିଗୋ, ଗୋଏୟାର, ସ୍ପାଇସଜେଟ, ଭିସ୍ତାରା ଆଦି ବିମାନ ସେବା କମ୍ପାନି ନିଜର ଫ୍ଲାଇଟ ବାତିଲ କରିଛନ୍ତି । ଇଣ୍ଡିଗୋ ସର୍ବାଧିକ ୨୪ଟି ଫ୍ଲାଇଟ ବାତିଲ କରିଥିବାବେଳେ ଗୋଏୟାର ୪ଟି ଫ୍ଲାଇଟ ବାତିଲ କରିଛି । ଭିସ୍ତାରା ମଧ୍ୟ ନିଜର କେତେ ଫ୍ଲାଇଟ ବାତିଲ କରିଛି । ଭିସ୍ତାରା ମଧ୍ୟ ଫ୍ଲାଇଟ କ୍ୟାନସଲେସନ ଚାର୍ଜ ଆଦାୟ ନ କରିବାକୁ ନିଷ୍ପତ୍ତି ନେଇଛି । ଅନ୍ୟପକ୍ଷରେ ରିଲିଫ କାର୍ଯ୍ୟରେ ସବୁ ଏୟାରଲାଇନ୍ସ ସହଯୋଗ କରିବାକୁ ମନ୍ତ୍ରୀ ସୁରେଶ ପ୍ରଭୁ ନିବେଦନ କରିଛନ୍ତି ।

ସମ୍ବନ୍ଧିତ ଖବର