ଭୁବନେଶ୍ବର : ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନବନ୍ଦରରୁ ବ୍ୟାଙ୍କକ୍କୁ ଉଡ଼ିବ ବିମାନ। ଯାତ୍ରୀଙ୍କ ସୁବିଧା ପାଇଁ ଏୟାର ଏସିଆ ପକ୍ଷରୁ ସପ୍ତାହକୁ ୩ ଦିନ ଏହି ବିମାନ ଉଡ଼ାଣ କରିବ। ବିମାନ(ଏଫ୍ଡି୧୧୨) ମଙ୍ଗଳବାର, ଗୁରୁବାର ଓ ଶନିବାର ରାତି ୧୦ଟା ୩୫ରେ ବ୍ୟାଙ୍କକ୍ରୁ ବାହାରି ରାତି ୧୧ଟା ୫୫ରେ ଭୁବନେଶ୍ବରରେ ଅବତରଣ କରିବ। ସେହିପରି ବିମାନ(ଏଫ୍ଡି୧୧୩) ବୁଧବାର, ଶୁକ୍ରବାର ଓ ରବିବାର ରାତି ୧୨ଟା ୨୫ରେ ଭୁବନେଶ୍ବରରୁ ଉଡ଼ାଣ କରି ବ୍ୟାଙ୍କକ୍ର ସ୍ଥାନୀୟ ସମୟ ଅନୁଯାୟୀ ରାତି ୪ଟା ୩୦ରେ ପହଞ୍ଚିବ। ଆସନ୍ତା ଡିସେମ୍ବର ୬ ତାରିଖରୁ ଏହି ସେବା ଆରମ୍ଭ ହେବ ବୋଲି ଏୟାର ଏସିଆ ପକ୍ଷରୁ ସୂଚନା ଦିଆଯାଇଛି।
ସପ୍ତାହକୁ ୩ ଦିନ ବ୍ୟାଙ୍କକ୍କୁ ଉଡ଼ିବ ବିମାନ
/sambad/media/post_attachments/wp-content/uploads/2018/10/air-asia-1.jpg)