ଭୁବନେଶ୍ବର : କରୋନା ପ୍ରଭାବରେ ସାରା ଦେଶରେ ବିମାନ ଉଡ଼ାଣ ପ୍ରଭାବିତ ହୋଇଥିବା ବେଳେ ପଶ୍ଚିମ ଓଡ଼ିଶା ପାଇଁ ଖୁସି ଖବର ଆସିଛି। ଶନିବାରଠାରୁ ଝାରସୁଗୁଡ଼ାରୁ ଭାୟା ପାଟଣା ହୋଇ ଅମୃତସର ଓ ଗୌହାଟିକୁ ବିମାନ ଉଡ଼ାଣ କରିବ। ସ୍ପାଇସ୍ ଜେଟ୍ ପକ୍ଷରୁ ଏହି ବିମାନ ସେବା ଆରମ୍ଭ ହେବ ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ହୋଇଥିବା ଟୁଇଟ୍ରୁ ଜଣାଯାଇଛି। ଏହି ବିମାନ ଅମୃତସର-ପାଟଣା-ଝାରସୁଗୁଡ଼ା, ଝାରସୁଗୁଡ଼ା-ପାଟଣା-ଗୌହାଟି ଉଡ଼ାଣ କରିବ। ଏବେ ୧୨୦ ସିଟ୍ ବିଶିଷ୍ଟ ବିମାନ ଉଡ଼ାଣ କରିବାକୁ ଥିବା ବେଳେ ଯାତ୍ରୀଙ୍କ ବୁକିଂ ଦେଖି ୧୮୦ସିଟ୍ ବିଶିଷ୍ଟ ବିମାନ ଉଡ଼ାଣ କରିବ ବୋଲି ଜଣାପଡ଼ିଛି। ବିମାନ ପ୍ରତିଦିନ ଉଡ଼ାଣ କରିବ। ଏହି ସେବା ଆରମ୍ଭ ହେବା ଦ୍ବାରା ପଶ୍ଚିମ ଓଡ଼ିଶାର ଛାତ୍ରଛାତ୍ରୀ, ବ୍ୟବସାୟୀ, ସାଧାରଣ ଲୋକ ଉପକୃତ ହେବେ। ଭୁବନେଶ୍ବର ବିମାନବନ୍ଦରରୁ ଏବେ ପାଟଣା ଓ ଅମୃତସରକୁ ବିମାନ ସେବା ନଥିବା ବେଳେ ଝାରସୁଗୁଡ଼ାରୁ ଏହି ଦୁଇ ସହରକୁ ବିମାନ ଉଡ଼ାଣ ହେଲେ ସାରା ରାଜ୍ୟର ଲୋକ ଏହାଦ୍ବାରା ଉପକୃତ ହେବେ ବୋଲି କୁହାଯାଉଛି।
ଝାରସୁଗୁଡ଼ାରୁ ଅମୃତସର ଓ ଗୌହାଟିକୁ ଉଡ଼ିବ ବିମାନ
/sambad/media/post_attachments/wp-content/uploads/2021/04/flight-3.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)