ଭୁବନେଶ୍ବର : ଭୁବନେଶ୍ବର ବିମାନବନ୍ଦରରୁ ଏୟାର ଇଣ୍ଡିଆ ସମ୍ପୂର୍ଣ୍ଣ ଉଡ଼ାଣ ବନ୍ଦ କରିଦେଇଥିବାବେଳେ ଏବେ ଭିସ୍ତାରା ଉଡ଼ାଣ ବନ୍ଦ କରିବା ପ୍ରକ୍ରିୟା ଆରମ୍ଭ କରିଛି। ହେଲେ ଏହା ବଦଳରେ ଆବଶ୍ୟକୀୟ ବିମାନ ଚଳାଚଳ କରୁନଥିବାରୁ ଯାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଲାଣି।
ମିଳିଥିବା ସୂଚନା ଅନୁଯାୟୀ, ସକାଳ ୫ଟା ୪୦ରେ ମୁମ୍ବାଇରୁ ଭୁବନେଶ୍ବର ଆସୁଥିବା ଭିସ୍ତାରା ବିମାନ ଆସନ୍ତା ମେ ୧ତାରିଖରୁ ଉଡ଼ାଣ କରିବନି। ଫଳରେ ଭୁବନେଶ୍ବରରୁ ସକାଳ ୮ଟା ୨୫ରେ ମୁମ୍ବାଇ ଯାଉଥିବା ବିମାନଟି ବି ଉଡ଼ାଣ କରିବନି।
ସେହିପରି ରାୟପୁରକୁ ଭୁବନେଶ୍ବରରୁ ପୂର୍ବାହ୍ନ ୧୧ଟା ୫୦ରେ ଯାଉଥିବା ଇଣ୍ଡିଗୋ ବିମାନ ମେ ୧ରୁ ଚଳାଚଳ କରିବନି। ଏହି ବିମାନଟି ଏବେ ସପ୍ତାହକୁ ତିନି ଦିନ ଯାତାୟତ କରୁଥିବାବେଳେ ମେ ୧ରୁ ଭୁବନେଶ୍ବରରୁ ରାୟପୁରକୁ କୌଣସି ବିମାନ ଉଡ଼ାଣ କରିବନି।
ଏହାସହ ରାଞ୍ଚିକୁ ସପ୍ତାହକୁ ତିନିଦିନ ଉଡ଼ାଣ କରୁଥିବା ଇଣ୍ଡିଗୋ ବିମାନ ବି ଉଡ଼ାଣ ବନ୍ଦ କରିଦେବ। ଏହି ବିମାନଟି ଏବେ ସପ୍ତାହକୁ ତିନି ଦିନ ପୂର୍ବାହ୍ନ ୧୧ଟା ୫୦ରେ ଉଡ଼ାଣ କରୁଛି।