ବୁଣାକାର ଓ ହସ୍ତଶିଳ୍ପ କାରୀଗରଙ୍କ ବାଣିଜ୍ୟିକ ସୁବିଧା ପାଇଁ ଫ୍ଲିପକାର୍ଟ୍ ସମର୍ଥ କାର୍ଯ୍ୟକ୍ରମ

ଭୁବନେଶ୍ବର : ରାଜ୍ୟର ବୁଣାକାର ଓ ହସ୍ତଶିଳ୍ପ କାରୀଗରଙ୍କ ଅଧିକ ବାଣିଜ୍ୟିକ ସୁବିଧା ପାଇଁ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ କମର୍ସ ମଞ୍ଚ ଫ୍ଲିପ୍‌କାର୍ଟ ସହିତ ଏକ ବୁଝାମଣାପତ୍ର ସ୍ବାକ୍ଷର କରିବାକୁ ନିଷ୍ପତ୍ତି ନେଇଛି। ବୁଝାମଣାପତ୍ର ମାଧ୍ୟମରେ ଫ୍ଲିପକାର୍ଟ କମ୍ପାନି ଏହାର ଫ୍ଲିପକାର୍ଟ ସମର୍ଥ କାର୍ଯ୍ୟକ୍ରମ ଜରିଆରେ ବୁଣାକାର ଓ ହସ୍ତଶିଳ୍ପୀମାନେ ହଲମାର୍କ ଉତ୍ପାଦ ବଜାରରେ ଅନୁପ୍ରବେଶ କରାଇବା ପାଇଁ ସମର୍ଥ ହେବେ। ଫଳରେ ରାଜ୍ୟର ହସ୍ତଶିଳ୍ପ ଉତ୍ପାଦ ଇ-କମର୍ସ ଜରିଆରେ ଦେଶ ଓ ବିଦେଶର ପ୍ରାୟ ୧୫୦ ନିୟୁତରୁ ଅଧିକ ଲୋକଙ୍କ ପାଖରେ ପହଞ୍ଚିପାରିବ ବୋଲି ଲକ୍ଷ୍ୟ ରଖାଯାଇଛି। ରାଜ୍ୟର ଅନୁମୋଦିତ ଉଦ୍ୟୋଗ ଓ ସରକାରୀ ସଂସ୍ଥା ଯେଉଁମାନେ ଓଡ଼ିଶାର ସ୍ଥାନୀୟ ବୁଣାକାର ଓ ହସ୍ତଶିଳ୍ପ କାରୀଗରମାନଙ୍କୁ ବଜାର ପ୍ରବେଶ, ତାଲିମ ଓ ସହାୟତା ଯୋଗାଉଥିବେ ସେସବୁ ସଂସ୍ଥା ଫ୍ଲିପକାର୍ଟ ଗ୍ରୁପଙ୍କ ସହିତ ମିଶି କାର୍ଯ୍ୟ କରିବେ। ଏହାଯୋଗୁଁ ଅଧିକ ବ୍ୟବସାୟିକ ସଫଳତା ମିଳିବ ବୋଲି ସରକାର ଲକ୍ଷ୍ୟ ରଖିଛନ୍ତି।

ସମ୍ବନ୍ଧିତ ଖବର