ଫିକ୍କି ମହିଳା ସଂଗଠନର ଓଡ଼ିଶା ଚାପ୍ଟର ଉଦଘାଟିତ

ଧରିତ୍ରୀ ପଟ୍ଟନାୟକ ସଭାପତି, ସୁନିତା ମହାନ୍ତି ବରିଷ୍ଠ-ଉପସଭାପତି ଓ ତନୟା ପଟ୍ଟନାୟକ ଉପ-ସଭାପତି ମନୋନୀତ

ଭୁବନେଶ୍ୱର : ଫିକ୍କି ମହିଳା ସଂଗଠନ (ଏଫଏଲଓ)ର  ଓଡ଼ିଶା ଚାପ୍ଟର ଉଦଘାଟିତ ହୋଇଛି । ଏହାକୁ ପୂର୍ବତନ ମନ୍ତ୍ରୀ ସୁରେଶ ପ୍ରଭୁ ଉଦଘାଟନ କରିଛନ୍ତି । ଏହା ପୂର୍ବରୁ ଦେଶରେ ଏଫଏଲଓର ୧୬ଟି ଚାପ୍ଟର ଥିଲା ଓ ୧୭ତମ ଚାପ୍ଟର ଓଡ଼ିଶାରେ ଆରମ୍ଭ ହୋଇଛି।

ଏକ ୱେବିନାର୍ ମାଧ୍ୟମରେ ଅନୁଷ୍ଠିତ  କାର୍ଯ୍ୟକ୍ରମ ଜରିଆରେ ଓଡ଼ିଶା ଚାପ୍ଟରର ନୂଆ କର୍ମକର୍ତ୍ତାମାନଙ୍କ ନାମ ଘୋଷଣା କରାଯାଇଛି । ଧରିତ୍ରୀ ପଟ୍ଟନାୟକ ଏହି ଚାପ୍ଟରର ସଭାପତି ଥିବାବେଳେ ସୁନିତା ମହାନ୍ତି ବରିଷ୍ଠ-ଉପସଭାପତି ଓ ସମ୍ବାଦ ଗ୍ରୁପର କାର୍ଯ୍ୟନିର୍ବାହୀ  ନିର୍ଦ୍ଦେଶିକା ତନୟା ପଟ୍ଟନାୟକ ଉପ-ସଭାପତି, ରିମା ଧଓ୍ୱନ କୋଷାଧ୍ୟକ୍ଷ, ନମ୍ରତା ଚହଲ ସଚିବ, ସିକତା ଦାସ ଯୁଗ୍ମ କୋଷାଧ୍ୟକ୍ଷ ଓ ପୁନମ ମହାପାତ୍ର ଯୁଗ୍ମ ସଚିବ ମନୋନୀତ ହୋଇଛନ୍ତି ।

ଏହି ଅବସରରେ ରାଜ୍ୟ ଶକ୍ତି ଓ ଶିଳ୍ପ ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର କହିଛନ୍ତି ଯେ ଓଡ଼ିଶାରେ ମହିଳାମାନଙ୍କ ଆର୍ଥିକ ବିକାଶ କ୍ଷେତ୍ରରେ ଏଫଏଲଓର ଲକ୍ଷ୍ୟ ସହିତ ଓଡ଼ିଶା ସରକାରଙ୍କ ଲକ୍ଷ୍ୟ ମେଳଖାଉଛି । ଏଣୁ ସରକାର ଏଫଏଲଓର ନାରୀ-କୈନ୍ଦ୍ରୀକ ପଦକ୍ଷେପଗୁଡ଼ିକୁ ସମର୍ଥନ କରିବେ ।
ଏହି ଅବସରରେ ଏଫଏଲଓର ଜାତୀୟ ସଭାପତି ହରଜିନ୍ଦର କୌର ତଲଓ୍ୱାର କହିଛନ୍ତି ଯେ ସମୟର ଚାହିଦାକୁ ତାଳ ଦେଇ ଏହି ଚାପ୍ଟର ଖୋଲାଯାଇଛି। ସେ ଓଡ଼ିଶା ସରକାରଙ୍କ ସହଯୋଗ ପାଇଁ ଧନ୍ୟବାଦ ଦେଇଥିଲେ ।

ସମ୍ବନ୍ଧିତ ଖବର