ଭୁବନେଶ୍ୱର : ଉତ୍ତର -ପଶ୍ଚିମ ବଙ୍ଗୋପ ସାଗରେ ହୋଇଥିବା ଲଘୁଚାପ ଅବପାତର ରୂପ ନେଉଛି। ଏହାର ପ୍ରଭାବରେ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ନେଇ ସବୁ ଜିଲ୍ଲାକୁ ସତର୍କ ରହିବାକୁ ନିର୍ଦ୍ଦେଶ। ସ୍ୱାସ୍ଥ୍ୟ ସଚିବ ପ୍ରମୋଦ ମେହେର୍ଦ୍ଦାଙ୍କ ନିର୍ଦ୍ଦେଶ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବାରୁ ସଜାଗ ରୁହନ୍ତୁ ସମସ୍ତ ଜିଲ୍ଲାପାଳ।
ତେବେ ଜିଲ୍ଲାପାଳଙ୍କୁ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଗୁରୁତ୍ୱ ଦେବା ନେଇ ପଦକ୍ଷେପ ନିଅନ୍ତୁ ବୋଲି ନିର୍ଦ୍ଦେଶ ଦିଆଯାଇଛି। ବିଶେଷ କରି ଉପଯୁକ୍ତ ପରିମାଣରେ ବ୍ଲିଚିଙ୍ଗ୍ ପାଉଡର, ସାଲାଇନ, ଆଣ୍ଟିବାୟୋଟିକ୍ସ, ହାଲୋଜେନ ବଟିକା ସହ ଅନ୍ୟାନ୍ୟ ଜରୁରୀକାଳୀନ ସ୍ୱାସ୍ଥ୍ୟ ସେବା ଯୋଗାଇଦେବା ଉପକରଣ। ଏହି ସବୁ ସୁବିଧା ବିପଦ ସଂଙ୍କୁଳ ଅଞ୍ଚଳ ମାନଙ୍କରେ ଉପଯୁକ୍ତ ପରିମାଣରେ ମହଜୁଦ ରଖିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ସ୍ୱାସ୍ଥ୍ୟ ସଚିବ ପ୍ରମୋଦ ମେହେର୍ଦ୍ଦା। ଅନ୍ୟପଟେ ସୁଦୂର ତଥା ବିପଦ ସଂଙ୍କୁଳ ଅଞ୍ଚଳରେ ଥିବା ଗର୍ଭବତୀ ମହିଳାଙ୍କୁ ନିକଟସ୍ଥ ମାତୃତ୍ୱ ପରୀକ୍ଷା କେନ୍ଦ୍ରକୁ ଆଣିବା ପାଇଁ ୧୫ ଦିନ ମଧ୍ୟରେ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି।
ସେହିପରି ଜରୁରୀକାଳୀନ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ଆସନ୍ତାକାଲି ସକାଳଠାରୁ କଣ୍ଟ୍ରୋଲ ରୁମରେ ନିଯୁକ୍ତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ସମସ୍ତେ ହାଇ ଆର୍ଲଟ ପାଇଁ ପ୍ରସ୍ତୁତ ରୁହନ୍ତୁ ବୋଲି ମଧ୍ୟ କହିଛନ୍ତି ସ୍ୱାସ୍ଥ୍ୟ ସଚିବ। ଅନ୍ୟପଟେ ପୂର୍ବରୁ ସ୍ୱତନ୍ତ୍ର ରିଲିଫ କମିଶନର ବିଷ୍ଣୁପଦ ସେଠୀ ଆଗୁଆ ସତର୍କ ରହିବା ପାଇଁ ଚିଠିଦ୍ୱାରା ଜଣାଇଛନ୍ତି। ସବୁ ଅଫିସରକୁ ଜିଲ୍ଲା ମୁଖ୍ୟାଳୟରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ସମସ୍ତ ଜରୁରୀକାଳୀନ ବିଭାଗକୁ ସଜାଗ ରହିବାକୁ ଏସଆରସି ନିର୍ଦ୍ଦେଶ ଦେଇଛନ୍ତି। ବର୍ତମାନ ବନ୍ୟା ପରିସ୍ଥିତି ଆସିନାହିଁ। ନଦୀର ଜଳସ୍ତର ବିପଦ ସଂକେତ ତଳେ ଅଛି। ସବୁ କଂଟ୍ରୋଲ ରୁମ ସହ ସମନ୍ଵୟ ରଖାଯାଇଥିବା ଏସଆରସି ବିଷ୍ଣୁପଦ ସେଠୀ ସୂଚନା ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/07/floof-final.jpg)