ମହାନଦୀରେ ବଡ଼ ବନ୍ୟା ଆଶଙ୍କା, ହୀରାକୁଦରେ ଖୋଲିଲା ୨୮ଟି ଗେଟ, ଆହୁରି ୮ଟି ଖୋଲିବ

ଭୁବନେଶ୍ୱର : ମହାନଦୀରେ ଆସୁଛି ବଡ଼ ବନ୍ୟା । ଉପରମୁଣ୍ଡ ଛତିଶଗଡ଼ରେ ପ୍ରବଳ ବର୍ଷା ଯୋଗୁଁ ମହାନଦୀର ଜଳସ୍ତର ଚିନ୍ତାଜନକ ଭାବେ ବଢିଚାଲିଥିବାରୁ ଏହି ଆଶଙ୍କା ବ୍ୟକ୍ତି କରିଛନ୍ତି ରାଜ୍ୟ ଜଳସଂପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଜ୍ୟୋତିର୍ମୟ ରଥ ।

ଆଜି ସକାଳ ସୁଦ୍ଧା ଉପରମୁଣ୍ଡରେ ୨୦୦ ମିଲିମିଟର ବର୍ଷା ହୋଇଛି । ଏବେ ହୀରାକୁଦର ଜଳସ୍ତର ୬୨୫ ଫୁଟ ରହିଛି । ଏବେ ଡ୍ୟାମର ୨୮ଟି ଗେଟ ଖୋଲାଯାଇଥିବାବେଳେ ମୋଟ ୩୬ଟି ଗେଟ ଖୋଲାଯିବ ବୋଲି ସେ କହିଛନ୍ତି ।

Hirakud Dam Sambad

ଏବେ କଲାମାରୁ ୫ ଲକ୍ଷ ଓ ଇବ ଓ ଭେଡେନରୁ ୨.୫ ଲକ୍ଷ କ୍ୟୁସେକ ଜଳ ହୀରାକୁଦରେ ପ୍ରବେଶ କରୁଛି । ଫଳରେ ଏବେ ହୀରାକୁଦକୁ ଏବେ ୮ ଲକ୍ଷ କ୍ୟୁସେକ ଜଳ ପ୍ରବେଶ କରୁଛି । ମିଳିଥିବା ସୂଚନା ଅନୁସାରେ ଆଜି ମଧ୍ୟାହ୍ନ ସୁଦ୍ଧା ହୀରାକୁଦ ବନ୍ଧର ସ୍ପିଲେଓ୍ଵ ଦ୍ୱାରା ମହାନଦୀକୁ ପଶୁଥିବା ଜଳ ପରିମାଣ ୫ ଲକ୍ଷ କ୍ୟୁସେକ ଟପିଯିବ । ଏହି ଜଳ ମୁଣ୍ଡୁଳିରେ ପହଞ୍ଚିବା ପରେ ୧୦ରୁ ସାଢେ ୧୦ ଲକ୍ଷ କ୍ୟୁସେକକୁ ବୃଦ୍ଧି ପାଇବ । ଏହାଫଳରେ ବଡ଼ ବନ୍ୟା ଆସିବାର ଆଶଙ୍କା ରହିଛି । ଏହା ଦ୍ୱାରା କଟକ, ପୁରୀ ଓ ଜଗତସିଂହପୁର ଜିଲ୍ଲା ପ୍ରଭାବିତ ହେବାର ଆଶଙ୍କା ରହିଛି ।

ସମ୍ବନ୍ଧିତ ଖବର