ଫୁଲୁଛି ମହାନଦୀ : ହୀରାକୁଦର ୨୪ଟି ଗେଟ ଖୋଲା, ମଧ୍ୟମ ଧରଣର ବନ୍ୟା ଆଶଙ୍କା

ଭୁବନେଶ୍ୱର : ମହାନଦୀ ଅବବାହିକାରେ ଏକ ମଧ୍ୟମ ଧରଣର ବର୍ଷା ଆଶଙ୍କା ସୃଷ୍ଟି ହୋଇଛି ବୋଲି ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନର ସୂଚନା ଦେଇଛନ୍ତି ।
ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ହୀରାକୁଦ ନଦୀବନ୍ଧରେ ପାଣି ଭର୍ତ୍ତି ହେବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ହୀରାକୁଦର ୨୪ ଟି ଗେଟ ଖୋଲାଯାଇଛି । ଏହି ଡ୍ୟାମକୁ ୬ ଲକ୍ଷ ୫୬ ହଜାର କ୍ୟୁସେକ ଜଳ ପ୍ରବେଶ କରୁଥିବାବେଳେ ନିଷ୍କାସିତ ହେଉଛି ୩ ଲକ୍ଷ ୩୫ ହଜାର ୬୫୮ କ୍ୟୁସେକ ଜଳ । କେବଳ ଏତିକି ନୁହେଁ, ତଳମୁଣ୍ଡରେ ବି ପ୍ରବଳ ବର୍ଷା ଯୋଗୁଁ ମହାନଦୀରେ ଜଳପ୍ରବାହ ବଢିଚାଲିଛି । ଏହା ମଧ୍ୟରୁ ବରମୁଳରେ ୬.୧୦ ଲକ୍ଷ, ମୁଣ୍ଡୁଳିରେ ୭.୫୪ ଲକ୍ଷ, ଖଇରମାଳରେ ୯.୩୯ ଲକ୍ଷ କ୍ୟୁସେକ ଜଳ ପ୍ରବାହିତ ହେଉଛି ।
କେବଳ ଏତିକି ନୁହେଁ, ମହାନଦୀର ଉପନଦୀ ଇବ ଓ ତେଲ ନଦୀଦେଇ ପ୍ରବଳ ଜଳ ମହାନୀଦେର ପ୍ରବେଶ କରୁଛି । ଏହା ଫଳରେ ତଳମୁଣ୍ଡରେ ମଧ୍ୟମ ଧରଣର ବନ୍ୟା ହେବାର ଆଶଙ୍କା ବଢିଯାଇଛି ।

ସମ୍ବନ୍ଧିତ ଖବର