ପାଟକୁରା ବନ୍ୟାଞ୍ଚଳରେ ବିଜୟଙ୍କ ପୁଅ ଅରବିନ୍ଦ
କେନ୍ଦ୍ରାପଡ଼ା/ଗରଦପୁର : ବରିଷ୍ଠ ରାଜନେତା ବିଜୟ ମହାପାତ୍ରଙ୍କ ପୁଅ ଅରବିନ୍ଦ ମହାପାତ୍ରଙ୍କ ବନ୍ୟାଞ୍ଚଳ ଗସ୍ତକୁ ନେଇ ଚର୍ଚ୍ଚା ଜୋର୍ ଧରିଛି। ଅରବିନ୍ଦଙ୍କ ସହିତ ବିଜୟଙ୍କର ଅନେକ ପୁରୁଣା ଅନୁଗତଙ୍କୁ ବି ଦେଖିବାକୁ ମିଳୁଛି। ଗଲା ୪ଦିନ ହେବ ଅରବିନ୍ଦ ପାଟକୁରା ନିର୍ବାଚନମଣ୍ତଳୀର ବିଭିନ୍ନ ବନ୍ୟା ପ୍ରପୀଡ଼ିତ ଅଂଚଳ ବୁଲି ବିପନ୍ନଙ୍କ ଦୁଃଖ ଦୁର୍ଦ୍ଦଶା ବୁଝୁଥିବା ଦେଖିବାକୁ ମିଳୁଛି। ବନ୍ୟା ବିପତ୍ତି ସମୟରେ ତାଙ୍କର ଏହିଭଳି ଗସ୍ତ ସ୍ଥାନୀୟ ରାଜନୀତିରେ ଚର୍ଚ୍ଚାର ପ୍ରସଙ୍ଗ ହୋଇଛି। ଆସନ୍ତା ୨୦୨୪ ମସିହାରେ ସେ ନିର୍ବାଚନୀ ରାଜନୀତିରେ ପଦାର୍ପଣ କରିପାରନ୍ତି ବୋଲି ଆଲୋଚା ଆରମ୍ଭ ହୋଇଛି।
ବନ୍ୟାପାଣିରେ ଭାସିଯାଇ ଚାଷୀ ମୃତ
ହାଟଡିହି : କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ୍ ହାବଳେଶ୍ୱର ପଞ୍ଚାୟତ ଜାବିନିପୁର ଗ୍ରାମରେ ଜଣେ ଚାଷୀ ବନ୍ୟାଜଳରେ ଭାସିଯାଇ ପ୍ରାଣ ହରାଇଛନ୍ତି। ମୃତକ ଜଣଙ୍କ ହେଲେ ଗ୍ରାମର ଟଭା ମୁଣ୍ଡାଙ୍କ ପୁଅ ଧୁଶାସନ ମୁଣ୍ଡା (୩୦)।
ଶନିବାର ରାତିରେ ବୈତରଣୀରେ ବନ୍ୟା ଆସିବାରୁ ହାଟଡିହି ବ୍ଲକ୍ର ଆଇତିପୁର, ଗେଡ଼ମା, ହାବଳେଶ୍ୱର, ସମଣା, ଆମ୍ବୋ ପଞ୍ଚାୟତର ବିଭିନ୍ନ ଗାଁ ଜଳବନ୍ଦି ହୋଇଯାଇଥିଲା। ଜାବିନିପୁର ଗ୍ରାମର ଏକର ଏକର ଚାଷଜମି ଜଳମଗ୍ନ ହୋଇଥିଲା। ରବିବାର ଗ୍ରାମର ଦୁଃଶାସନ ରୋଇଥିବା ଧାନତଳି ଦେଖିବାକୁ ବିଲକୁ ଯାଇଥିଲେ। କିନ୍ତୁ ଆଉ ଘରକୁ ଫେରି ନଥିଲେ। ଗତକାଲି ରାତି ସୁଦ୍ଧା ସେ ନ ଫେରିବାରୁ ପରିବାର ଲୋକେ ଖୋଜାଖୋଜି କରିଥିଲେ। କିନ୍ତୁ ତାଙ୍କର କୌଣସି ସନ୍ଧାନ ପାଇ ନଥିଲେ। ଆଜି ପାଣି କମିବା ପରେ ତାଙ୍କ ମୃତଦେହ ଭାସୁଥିବା ଗ୍ରାମବାସୀ ଦେଖିବାକୁ ପାଇଥିଲେ। ଖବର ପାଇ ନନ୍ଦିପଦା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟକୁ ପଠାଇଛି।
ପାଣିଭର୍ତ୍ତି ଚାଷ ଜମିରେ ବୁଡ଼ି ଦୁଇ ଶିଶୁ ମୃତ
ବାଲିଗୁଡ଼ା : କନ୍ଧମାଳ ଜିଲ୍ଲାର ଏକ ଦୁଃଖଦ ଘଟଣା ସବୁ ମହଲକୁ ସ୍ତମ୍ଭୀଭୂତ କରିଛି। ବାଲିଗୁଡ଼ା ଥାନା ଅନ୍ତର୍ଗତ ସୁଡ୍ରା ପଂଚାୟତ ଜାର୍ଗୀ ଗାଁରେ ପାଣିଭର୍ତ୍ତି ଚାଷ ଜମିରେ ବୁଡ଼ିଯାଇ ଦୁଇ ଶିଶୁଙ୍କ ସଲିଳ ସମାଧି ହୋଇଯାଇଛି। ମୃତକଙ୍କ ମଧ୍ୟରେ ବୃନ୍ଦାବନ ହାତୀଙ୍କ ପୁଅ ଆଲ୍ଫାନ ହାତୀ (୭) ଓ ପୀତାମ୍ବର ମଲିକଙ୍କ ଝିଅ ଝରଣା ମଲିକ(୫) ଥିବା ଜଣାପଡ଼ିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/08/flood-j.jpg)