ବୋୖଦ୍ଧ ଜିଲ୍ଲା କଣ୍ଟାମାଳରେ ବନ୍ୟା ପରିସ୍ଥିତି

ବୌଦ୍ଧ: ୨ ଦିନ ଧରି ଲଗାଣ ବର୍ଷା ଫଳରେ ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି | ତେଲ ଓ ଖଡ୍ଗ ନଦୀ ଉଛୁଳିବାରୁ ଅନେକ ଗାଁରେ ପାଣି ପଶିଯାଇଛି | କଣ୍ଟାମାଳ-ମନମୁଣ୍ଡା ରାସ୍ତାର ଅଡାଗୌଡା ପୋଲ ଉପରେ ୫ ଫୁଟର ପାଣି ଚାଲିଥିବାବେଳେ କଣ୍ଟାମାଳ-ବାଲିଗୁଡା ମଧ୍ୟରେ ଯୋଗାଯୋଗ ବିଛିନ୍ନ ହୋଇଛି | ଗତକାଲି କନ୍ଧମାଳ ଜିଲ୍ଲାରେ ଲଗାଣ ବର୍ଷା ହେବା ଯୋଗୁଁ ଧୋଇଯାଇଥିଲା ଗୋପାଳପୁର -ରାୟପୁର ୫୯ ଜାତୀୟ ରାଜପଥର ଵାଟାଗୁଡ଼ା ଡାଇଭର୍ସନ |

ଯାହାଫଳରେ କନ୍ଧମାଳ ଜିଲ୍ଲାର କୋଟଗଡ ଓ ତୁମୁଡିବନ୍ଧ ବ୍ଲକ ସମେତ ରାୟଗଡା, କଳାହାଣ୍ଡି, କୋରାପୁଟ ଓ ନବରଙ୍ଗପୁର ଜିଲ୍ଲାକୁ ଯୋଗାଯୋଗ ବିଛିନ୍ନ ହୋଇଯାଇଥିଲା | ଏଠାରେ ସୂଚନା ଥାଉ କି ପାଣିପାଗ ବିଭାଗ ପକ୍ଷରୁ ଆସନ୍ତା ୩୬ ଘଣ୍ଟା ପର୍ଯ୍ୟନ୍ତ ଓଡ଼ିଶାରେ ଲାଗି ରହିବ ପ୍ରବଳ ବର୍ଷା ବୋଲି ଆକଳନ କରାଯାଇଛି ।

ଉତ୍ତର, ଉପକୂଳ ଓ ଉତ୍ତର ପଶ୍ଚିମ ଓଡ଼ିଶାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ। ସ୍ଥାନେ ସ୍ଥା‌ନେ ଅତିରୁ ଅତିପ୍ରବଳ ବର୍ଷା ହୋଇପାରେ। ମଙ୍ଗଳବାର ମଧ୍ୟାହ୍ନ ପର୍ଯ୍ୟନ୍ତ ଭଦ୍ରକ, କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁର, କନ୍ଧମାଳ, ରାୟଗଡ଼ ଓ କଳା‌ହାଣ୍ଡିରେ ବର୍ଷା ଭୟାନକ ସ୍ଥିତି ଉପୁଜାଇବା ସମ୍ଭାବନା ଏଡାଇ ଦେଇ ହେବ ନାହିଁ। ପାଣିପାଗ ବିଭାଗ ଏଭଳି ପୂର୍ବାନୁମାନ କରିଛି।

ସମ୍ବନ୍ଧିତ ଖବର