କେନ୍ଦ୍ରାପଡ଼ା: ଗାଁଁ ଦାଣ୍ଡରେ ଡଙ୍ଗା ଭାସିଲା । ଲଗାଣ ବର୍ଷା ସାଙ୍ଗକୁ ଖରସ୍ରୋତା ଓ କାଣି ନଦୀରେ ବନ୍ୟା ଆସି କେନ୍ଦ୍ରାପଡା ଜିଲ୍ଲା ଆଳି ବ୍ଲକର ଧୋୟା ଅଂଚଳ କୁହାଯାଉଥିବା ୧୦ ପଂଚାୟତ ବାହ୍ୟଜଗତରୁ ବିଛିନ୍ନ ହୋଇଯାଇଛି । ଗୋବିନ୍ଦପୁରୁ, ଡିମିରିପାଳ, ସଂସିଧା, ଅର୍ଗଳ, କେତୁଆପାଳ, ପେତପଡା, ଏରଡଙ୍ଗ, ଜୁଆଣିଆ, ଦେସାହିଓ ପାଳିମି ପଂଚାୟତରଲୋକମାନେ ଏବେ ଏକ ପ୍ରକାର ଜଳବନ୍ଦୀ ହୋଇରହିଛନ୍ତି ।
ଗୋବିନ୍ଦପୁର ମୂଖ୍ୟ ରାସ୍ତାର ଘୋସରାରେ ୫ଫୁଟର ବନ୍ୟାଜଳ ପ୍ରଭାବିତ ହେଉଛି । ପେତାପାଡା,ଡିମିରିପାଳ ପଂଚାୟତ ଗୁଡିକରେ ଗାଁ ଦାଣ୍ଡରେ ପାଣିଚାଲୁଛି । ଲୋକମାନେ ଡଙ୍ଗା ସହାଯ୍ୟରେଜିବା ଆସିବା କରୁଥିବା ବେଳେ ଡଙ୍ଗା ମାଲିକ ମନଇଛା ଟଙ୍କା ନେଉଥିବା ଲୋକମାନେ ଅଭିଯୋଗ କରିଛନ୍ତି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/09/7004a34d-9ee4-4798-a045-01ce1def9ab1.jpg)