ଲକ୍ଷ୍ମୀପ୍ରସାଦ: ବୌଦ୍ଧ ଜିଲ୍ଲାରେ ଦୁଇଦିନ ହେବ ଲଘୁଚାପ ଜନିତ ଲଗାଣ ବର୍ଷାରେ ବିଭିନ୍ନ ଅଂଚଳରେ ବ୍ୟାପକ କ୍ଷୟ କ୍ଷତି ହେବା ସହ ଲୋକଙ୍କ ବହୁ ସମସ୍ୟା ଉପୁଜିଛି। ଜିଲ୍ଲାରେ ୩୯୦ମିମି ବର୍ଷା ହେବା ଯୋଗୁଁ ଲକ୍ଷ୍ମୀପ୍ରସାଦ, ତେଲିବନ୍ଧ, ଖୁଣ୍ଟବନ୍ଧ, ପଦ୍ମନପୁର, ମୁଣ୍ଡାପଡା, ବ୍ରହ୍ମଣିପାଲି, ଖୁଣ୍ଟବନ୍ଧ ପଂଚାୟତରେ ବହୁ ଲୋକଙ୍କ ମାଟି ଘର ଭାଙ୍ଗି ପଡି ଯାଇଛି। ବିଭିନ୍ନ ଗ୍ରାମର ରାସ୍ତା ଗଳି କନ୍ଧି ଭିତରେ ପାଣି ପ୍ରବାହିତ ହେଉଛି। ଫଳରେ ରାସ୍ତାରେ ଯାତାୟତ ବାଧାପ୍ରାପ୍ତ ହୋଇଛି। ବୌଦ୍ଧ ଜିଲ୍ଲାର ବୃହତ ପୋଖରୀ ରଜାମୁଣ୍ଡା ଲକ୍ଷ୍ମୀସାଗର ବନ୍ଧରେ ବହୁତ ପାଣି ପ୍ରବେଶ କରିବାରୁ ପୋଡ଼lବଳସ, ଜହ୍ନlପଙ୍କ, ଲକ୍ଷ୍ମୀପ୍ରସାଦ, ଚନ୍ଦ୍ରପୁର, ତେଲିବନ୍ଧ, ଆନନ୍ଦପୁର ମୌଜାର ଚାଷ ଜମି ଗୁଡିକରେ ଚାଷ ହୋଇଥିବା ଜମି ଗୁଡିକ ବୁଡି ରହିଛି ଯାହା ଫଳରେ ଚାଷୀଙ୍କ ବହୁତ କ୍ଷତି ହୋଇଛି । ନାଳ ଗୁଡିକର ଦୁଇ କଡରେ ଥିବା ଅନେକ ଚାଷ ଜମି ଜଳ ମଗ୍ନ ହୋଇ ରହିଥିବାବେଳେ ନଦୀ କୁଳିଆ ଗାଁ ଗୁଡିକରେ ଥିବା ନାଳ ଗୁଡିକର ପାଣି ବୃଦ୍ଧି ପାଉଥିବା ଜଣା ପଡିଛି। ଫଳରେ ନଦୀ କୁଳିଆ ଗାଁ ବିଶେଷ ଭାବେ କମ୍ପରା, କଉଡ଼ିଆତୋଳା, ସାପଦୋହଲି, ଚଣ୍ଡିଗଡ, ପ୍ରଭୁତି ଗ୍ରାମବାସୀ ଭୟଭୀତ ଅବସ୍ଥାରେ ଅଛନ୍ତି। ଏହା ସହ ଜଗତି ରୁ ଚଣ୍ଡୀଗଡ଼ ଗ୍ରାମକୁ ସଂଯୋଗ କରୁଥିବା ରାସ୍ତାରେ ପାଣି ଯାଉଥିବାରୁ ଗ୍ ଯିବା ଆସିବା ବାଧାପ୍ରାପ୍ତ ହୋଇଛି । ଖାଲୁଆ ଅଞ୍ଚଳ ଗୁଡିକ ଜଳମଗ୍ନ ହୋଇ ପଡିଛି।

Advertisment

ଲକ୍ଷ୍ମୀପ୍ରସାଦ ପଂଚାୟତ କୌଡିଆତୋଳା ଗ୍ରାମରେ ଦୁଇ ଦିନ ହେବ ବିଦ୍ୟୁତ ଖୁଣ୍ଟ ରାସ୍ତା ଉପରେ ପଡି ଯାଇଥିବା ସହ ତାର ଗୁଡିକ ଓହଳି ରହିବା ଯୋଗୁଁ ଲୋକ ବିଦ୍ୟୁତ ସଂଯୋଗ ପାଇବାରୁ ବଞ୍ଚିତ ଅଛନ୍ତି। ଲକ୍ଷ୍ମୀପ୍ରସାଦ ପଂଚାୟତର ୭ ନମ୍ବର ୱାର୍ଡ ସୁଶାନ୍ତଙ୍କ ଘର ବର୍ଷାରେ ସମ୍ପୂର୍ଣ୍ଣ ଭାଙ୍ଗି ଯିବାରୁ ଉକ୍ତ ପରିବାରକୁ ଚନ୍ଦ୍ରପୁର ଅଙ୍ଗନବାଡିରେ ଆଶ୍ରୟ ଦିଆଯାଇ ତାଙ୍କୁ ଅଙ୍ଗନବାଡି ପକ୍ଷରୁ ଖାଇବା ପିଇବା ବ୍ୟବସ୍ଥା କରାଯାଇଛି। ବଘିଆପଡା ଆଞ୍ଚଳିକ ସାଧନାକେନ୍ଦ୍ରରେ ବିରାଟ କାୟ ଶିଶୁପା ଗଛ ମାଡି ବସିବାରୁ ବିଦ୍ୟାଳୟ ଦୁଇଟି ଶ୍ରେଣୀ ଗୃହ ଭାଙ୍ଗି ଯାଇଛି। ବର୍ଷା ସାଙ୍ଗକୁ ପବନ ବହୁ ଥିବାରୁ ଦୁଇ ଦିନ ହେବ ବିଦ୍ୟୁତ ସରବରାହ ସମ୍ପୂର୍ଣ୍ଣ ବନ୍ଦ ରହିଛି। ଏହାଶହ ତନ୍ତ ଶାଳରେ ପାଣି ଜମି ରହିଥିବା ଯୋଗୁଁ ବୁଣାକାର ମାନେ ଲୁଗା ବୁଣିବା ସମ୍ପୂର୍ଣ୍ଣ ବନ୍ଧ କରିଦେଇଛନ୍ତି। ଫଳରେ ପ୍ରବଳ ବର୍ଷା କୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ବୌଦ୍ଧ ଜିଲ୍ଲାର ସମସ୍ତ ସ୍କୁଲକୁ ବନ୍ଦକରି ଛୁଟି ଘୋଷଣା କରିଥିବା ସୂଚନା ରହିଛି।