ସିମୁଳିଆ: ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ବାଲେଶ୍ବର ଜିଲ୍ଲା ସିମୁଳିଆ ଓ ଖଇରା ବ୍ଲକରେ ବହୁ ଗାଁ ଜଳାର୍ଣ୍ଣବ ହେବା ସହ କିଛି ଗାଁକୁ ଯୋଗାଯୋଗ ବିଛିନ୍ନ ହୋଇଥିବା ଜଣାଯାଇଛି। ସୂଚନାରୁ ପ୍ରକାଶ ଲଘୁଚାପ ଜନିତ ଲଗାଣ ବର୍ଷା ହେତୁ ସିମୁଳିଆ ଓ ଖଇରା ବିଭିନ୍ନ ଗ୍ରାମ ବାଉରିପଦା, ନିଶ୍ଚନ୍ତା, ପଣ୍ଡୁ, ଆନନ୍ଦପୁର, ମାଖନପୁର, ତରାଙ୍ଗ, ଭାଟପଡ଼ା, ସବଙ୍ଗ, ମହମମ୍ମଦପୁର, ଅଜିପୁର, ବରିହା ଓ କୁରୁକୁରିଆ ରାସ୍ତା ପାଣିରେ ବୁଡ଼ି ରହିବା ଯୋଗୁ ଘର ଭିତରେ ପାଣି ପଶି ରୋଷେଇ ବନ୍ଦ ହୋଇଯାଇଛି।  କ୍ଷୀରିକୋଣା, ଚାଲୁନି ଗାଁ, ବାଟି ଓ ଜାମୁଝାଡ଼ି ପଂଚାୟତର ଅଧିକାଂଶ ଗ୍ରାମ ଜଳ ଘେରରେ ରହିଛି। ଦୀପ, ଆଂକୁଲା, କବୀରପୁର, ହରସିଂପୁର ଗ୍ରାମ ଆଦି ଜଳ ଘେରରେ ରହିଛି। ରାସ୍ତାରେ ପାଣିର ସୁଅ ଚାଲିଛି।

Advertisment

ସେହିପରି ବିଭିନ୍ନ ପଞ୍ଚାୟତରେ ବର୍ଷା ଯୋଗୁଁ ପ୍ରାୟ ଘର ଭିତରକୁ ପାଣି ପଶିଯାଇଥିବାର ଜଣାଯାଇଛି। କାଁଶବାଂଶ ନଦୀରେ ପାଣିରୁ ଗାଁ ଯୋଗାଯୋଗ ବିଛିନ୍ନ ହୋଇଯାଇଛି। ଲଘୁଚାପ ବର୍ଷା ଯୋଗୁଁ ବନ୍ୟା ପ୍ରଭାବରେ ଆର. ଡି ମାର୍କୋଣା ବିଭାଗ ଅଧୀନ ବିରଜା କମ୍ପାନି ଦ୍ୱାରା ଦୁଇ ବର୍ଷ ପୂର୍ବେ କାର୍ଯ୍ୟ ସମ୍ପୂର୍ଣ ଭାବେ ନିର୍ମାଣ ହୋଇଥିବା ଭାଟପଡ଼ାରୁ ବାଉରୀପଦା ପର୍ଯ୍ୟନ୍ତ ରାସ୍ତାର ଉଭୟ ପାର୍ଶ୍ଵ ସହିତ ପୋଲ ପାଖରେ ଆଂଶିକ ନଷ୍ଟ ହୋଇଯାଇଛି, ଯାହାଫଳରେ ଏହି ରାସ୍ତା ଉପରେ ୧୦ରୁ ଊର୍ଦ୍ଧ୍ବ ସିମୁଳିଆ ଓ ଖଇରା ବ୍ଲକର ଗ୍ରାମବାସୀ ଏବେ ଯିବା ଆସିବା ପାଇଁ ସମସ୍ୟାର ସମୁଖୀନ ହେଉଛନ୍ତି।

publive-image

ରାସ୍ତା ଉପରେ ତିନ ଫୁଟ ଉଚ୍ଚତାରେ ବନ୍ୟା ପାଣି ପ୍ରବାହିତ ହୋଇଥିବାରୁ ରାସ୍ତା ବହୁ ମାତ୍ରାରେ କ୍ଷୟ କ୍ଷ୍ୟତି ହୋଇଥିବାର ଦେଖିବାକୁ ମିଳିଛି। ବିଶେଷ କରି ଟିପିସିଗଡ଼ିଆରେ ଅବସ୍ଥିତ ପ୍ରସିଧ ଶୈବ ପୀଠ ବାବା ବକ୍ରେଶ୍ୱର ମନ୍ଦିର ଭିତରେ ବନ୍ୟା ଜଳ ପ୍ରବାହିତ ହୋଇଥିବା ବେଳେ ଏହି ରାସ୍ତା ଏବେ ଭକ୍ତ ଙ୍କ ପାଇଁ ବିଛିନ୍ନ ହୋଇ ଯାଇଛି। ଏହି ରାସ୍ତା ଦେଇ ସିମୁଳିଆ ଓ ଖଇରାକୁ ୧୦୦୦୦ରୁ ଊର୍ଦ୍ଧ୍ବ ଗ୍ରାମବାସୀ ନିର୍ଭର କରୁଥିବା ବେଳେ ଏବେ ନିଜକୁ ଯିବା ଆସିବା ପାଇଁ ଅସୁରକ୍ଷିତ ମନେ କରୁଛନ୍ତି। ସେଥି ପାଇଁ ପ୍ରଶାସନ  ଗ୍ରାମବାସୀଙ୍କ ସମସ୍ୟାକୁ ନଜର ରଖି ଯଥାଶୀଘ୍ର ଭାଟପଡ଼ାରୁ ବାଉରୀପଦା ପର୍ଯ୍ୟନ୍ତ ରାସ୍ତାର ଉଭୟ ପାର୍ଶ୍ଵ ମରାମତି କରିବା ପାଇଁ ଦାବି କରିବା ସହିତ ପ୍ରଶାସନକୁ ଅନୁରୋଧ କରିଛନ୍ତି।

ଅନ୍ୟପଟେ ସିମୁଳିଆ ପ୍ରଶାସନ ପକ୍ଷରୁ ତହସିଲଦାର ବିଶ୍ୱାନାଥ ବିଶ୍ୱାଳ ଓ ଟିମ ବିଭିନ୍ନ ଗ୍ରାମ ବୁଲି ବୁଲି ଗାଁ ପାଣିର ଅବସ୍ଥା କିପରି ଅଛି ଦେଖିବା ସହିତ ଜଳ ନିଷ୍କାସନର ବ୍ୟବସ୍ଥା କରି ଲୋକଙ୍କ କଥା ପଚ।ରି ବୁଝୁଥିବ। ଦେଖିବାକୁ ମିଳିଛି। ଏଥି ସହିତ ପ୍ରଶାସନ ପକ୍ଷରୁ ଶଦ୍ଦ ପ୍ରଚାର କରିବା ସହ ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ଅଣାଯାଇ ସେମାନଙ୍କୁ ଶୁଖିଲା ଓ ରନ୍ଧା ଖାଦ୍ୟ ଦେବା ବ୍ୟବସ୍ଥା କରୁଥିବାର ଜଣାଯାଇଛି। ଆଜି ସିମୁଳିଆ ତହସିଲଦାରଙ୍କ ତରଫରୁ ସିମୁଳିଆ ଥାନା ପରିସରରେ ଥିବା ବନ୍ୟା ଜଳ ଡ୍ରୋଜର ସହାୟତା ରେ ନିଷ୍କାସନ କରାଯାଇଛି, ବରି ମାର୍କୋଣା ରାସ୍ତା ପାର୍ଶ୍ୱ ନାଳ, ଜାତୀୟ ରାଜ ପଥ ର ଉଭୟ ପାର୍ଶ୍ୱ ନାଳ ସଫା କରାଯାଇ ଜଳ ନିଷ୍କାସନ କରାଯାଇଛି।