କେନ୍ଦ୍ରାପଡ଼ା : ଲଘୁଚାପଜନିତ ବର୍ଷା ପରେ ଏବେ ବନ୍ୟା କେନ୍ଦ୍ରାପଡ଼ାରେ ବିପର୍ଯ୍ୟୟ ସୃଷ୍ଟି କଲାଣି। ରାଜକନିକା, ଆଳି, ପଟ୍ଟାମୁଣ୍ତାଇ, ଡେରାବିଶ ବ୍ଳକ୍ର ବିଭିନ୍ନ ଗାଁ ଜଳବନ୍ଦୀ ଅବସ୍ଥାରେ ରହିଥିବା ବେଳେ ଆଜି ସନ୍ଧ୍ୟାରେ ଡେରାବିଶ ବେଣିପୁର ଘେରି ବ˚ଧ ଭା˚ଗି ଯାଇଛି। ୨୦ଫୁଟ୍ର ଘାଇ ସହିତ ବ˚ଧ ଭା˚ଗିଯିବାରୁ ବେଣିପୁର ଗାଁକୁ ପାଣି ପଶିଯାଇଛି। ଦେଢ଼ହଜାରରୁ ଅଧିକ ଲୋକ ଜଳବନ୍ଦୀ ଅବସ୍ଥାରେ ଥିବା ବେଳେ ଓଡ୍ରାଫ୍ ଟିମ୍ ସେମାନଙ୍କୁ ଉଦ୍ଧାର କାର୍ଯ୍ୟରେ ଲାଗିଛି।
ସେପଟେ ଜିଲ୍ଲାର ପ୍ରାୟତଃ ସବୁ ନଦୀରେ ଜଳସ୍ତର ବୃଦ୍ଧି ପାଇ ଚାଲିଥିବା କେତେକ ଚିତ୍ରୋତ୍ପଳା, ଲୁଣା, ବିରୂପା, ବ୍ରାହ୍ମଣୀ, ବୈତରଣୀ ଓ ଖରସ୍ରୋତାରେ ଜଳସ୍ତର ବିପଦସ˚କେତ ଉପରେ ପ୍ରବାହିତ ହେଉଛି। ଏଭଳି ସ୍ଥିତିରେ ପୁଣି ମୁଣ୍ତଳୀ ଓ ରେଙ୍ଗାଲୀ ଡ୍ୟାମ୍ରୁ ଆହୁରି ପାଣି ଛଡ଼ାଯାଇଥିବା ବେଳେ ଆସନ୍ତାକାଲି ଏକାଦଶୀଠୁ ପୂର୍ଣ୍ଣିମା ଯାଏ ସମୁଦ୍ର ପାଣି ନ ଟାଣିବା ଆଶଙ୍କା ଜିଲ୍ଲାରେ ବଡ଼ଧରଣର ବନ୍ୟା ସମ୍ଭାବନାକୁ ଏଡ଼ାଇ ଦିଆଯାଇନପାରେ। ଖୋଦ୍ ପ୍ରଶାସନିକ ସ୍ତରରେ ସମ୍ଭାବ୍ୟ ବନ୍ୟା ମୁକାବିଲାକୁ ନେଇ ଜୋରଦାର୍ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଗତକାଲିଠୁ ପଟ୍ଟାମୁଣ୍ତାଇକୁ ଏକ ୨୨ଜଣିଆ ଓଡ୍ରାଫ୍ ଟିମ୍ ପଠାଇ ଦିଆଯାଇଥିବା ବେଳେ ଆଜି ବନ୍ୟା ଘେରରେ ଥିବା ରାଜକନିକା ବ୍ଲକ୍ ପଧାନପଡ଼ା ପ˚ଚାୟତର ବାଲିସାହିରୁ ୪୩୦ଲୋକଙ୍କୁ ଉଚ୍ଚ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ପ୍ରଶାସନିକ ତଥ୍ୟ କହୁଛି ଗଲା ତିନି ଦିନ ହେବ ମହାନଦୀ ସମେତ ଏହାର ଶାଖା ନଦୀ ଲୁଣା, କରାଣ୍ତିଆ, ଚିତ୍ରତ୍ପୋଳା, ପାଇକା ସମେତ ବିରୂପା, ବ୍ରାହ୍ମଣୀ, ବୈତରଣୀ ଏବ˚ ଖରସ୍ରୋତା ନଦୀରେ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ଆଜିର ତଥ୍ୟ ଅନୁସାରେ ଲୁଣା ନଦୀର ପୁବ˚ଶ, ଦାନପୁରରେ ବିପଦସ˚କେତ ଉପରେ ବନ୍ୟା ଜଳ ପ୍ରବାହିତ ହେଉଥିବାବେଳେ ହେଁ, ଜଳସ୍ତର ସ୍ଥିର ରହିଛି। କିନ୍ତୁ ବସପୁରରେ ଜଳସ୍ତର ବଢ଼ିବାରେ ଲାଗିଛି। ସେହିପରି ଚିତ୍ରୋତ୍ପଳାର ମାର୍ଶାଘାଇରେ ବିପଦସ˚କେତଠୁ ମାତ୍ର ୩୦ ସେଣ୍ଟିମିଟର୍ ତଳେ ପାଣି ପ୍ରବାହିତ ହେଉଥିବାବେଳେ ପାଟକୁରାରେ ବିପଦସ˚କେତ ଉପରେ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ବ୍ରାହ୍ମଣୀ ଓ ବିରୂପାରେ ବି ସମାନ ଚିତ୍ର ଦେଖିବାକୁ ମିଳିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/08/flood-620x330.jpg)