କେନ୍ଦ୍ରାପଡ଼ାରେ ବନ୍ୟା ବିଭୀଷିକା: ବନ୍ୟା ଆଁରେ ୮୨ଗାଁ

୯୦ହଜାର ଲୋକ ପ୍ରଭାବିତ, ଘରେ ରହିଲେ ମିଳୁନି ରନ୍ଧା ଖାଦ୍ୟ

କେନ୍ଦ୍ରାପଡ଼ା : ମହାନଦୀ ଓ ଏହାର ଶାଖା ନଦୀରେ ବନ୍ୟା କେନ୍ଦ୍ରାପଡ଼ା ଜିଲ୍ଲାରେ ସ˚ଗିନ ପରିସ୍ଥିତି ସୃଷ୍ଟି କରିଛି। ଜିଲ୍ଲାର ୯ରୁ ୭ଟି ବ୍ଲକ୍‌ ପ୍ରଭାବିତ ହୋଇଛି। ସବୁଠୁ ଅଧିକ ପ୍ରଭାବିତ ଗରଦପୁର, ମାର୍ଶାଘାଇ ବ୍ଲକ୍‌ ହୋଇଥିବା ବେଳେ ଡେରାବିଶ ଏବ˚ ମହାକାଳପଡ଼ାରେ ବନ୍ୟା ପ୍ରଭାବ ଆ˚ଶିକ ରହିଛି। ଆଜି ସୁଦ୍ଧା ପାଖାପାଖି ୯୦ହଜାର ଲୋକ ପ୍ରଭାବିତ ହୋଇଥିବାବେଳେ ୨୧ଟି କଚ୍ଚା ଘର ଆ˚ଶିକ ନଷ୍ଟ ହେଇଥିବା ଜିଲ୍ଲା ପ୍ରଶାସନ ତାର ରିପୋର୍ଟରେ ଦର୍ଶାଇଛି। ହେଲେ ସବୁଠୁ ଉଦ୍‌ବେଗର ବିଷୟ ହୋଇଛି ଯେ ବିପନ୍ନଙ୍କ ପାଖେ ପ୍ରଶାସନର ରନ୍ଧା ଖାଦ୍ୟ ତ ଦୂରର କଥା, ଶୁଖିଲା ଖାଦ୍ୟ ବି ପହଞ୍ଚି ପାରିନାହିଁ। ହଜାର ହଜାର ଗାଈଗୋରୁ ବି ଗଲା ଦୁଇ ଦିନ ହେବ ଭୋକ ଉପାସରେ ପଡ଼ିବା ଘଟଣା ପ୍ରଶାସନର ବନ୍ୟା ମୁକାବିଲାର ବିଫଳତାକୁ ସୂଚାଉଛି।

ପ୍ରଶାସନର ତଥ୍ୟ ଅନୁଯାୟୀ, ଚଳିତ ବନ୍ୟାରେ ଜିଲ୍ଲାର ୭ଟି ବ୍ଲକ୍‌ ମାର୍ଶାଘାଇ, ଗରଦପୁର, ଡେରାବିଶ, ରାଜକନିକା, ପଟ୍ଟାମୁଣ୍ତାଇ, ମହାକାଳପଡ଼ା ଅ˚ଚଳର ୩୪ଟି ପ˚ଚାୟତର ୮୬ଟି ଗ୍ରାମର ୮୯ହଜାର ୯୮୩ଲୋକ ପ୍ରଭାବିତ ହୋଇଛନ୍ତି। ସେଥିରୁ ୮୨ଟି ଗାଁ ଜଳବନ୍ଦି ଅବସ୍ଥାରେ ରହିଥିବା ବେଳେ ଆଜି ସୁଦ୍ଧା ୫ହଜାର ୩୬୯ବିପନ୍ନଙ୍କୁ ସ୍ଥାନାନ୍ତର କରାଯାଇଛି।

ହେଲେ ଯେଉଁ ଅବ୍ୟବସ୍ଥାଟି ଚାରିଆଡ଼ୁ ସାମ୍ନାକୁ ଆସିଛି, ତାହା ହେଉଛି ରନ୍ଧା ଖାଦ୍ୟ। ପ୍ରଶାସନ ଏଯାଏ ସବୁ ବିପନ୍ନ ପାଖେ ରନ୍ଧା ଖାଦ୍ୟ ପହଞ୍ଚାଇ ପାରିନାହିଁ। ଯେଉଁମାନେ ଘରଦ୍ବାର ଛାଡ଼ି ଆଶ୍ରୟସ୍ଥଳକୁ ଆସୁଛନ୍ତି, ସେମାନଙ୍କୁ ଖାଦ୍ୟ ଦିଆଯାଉଥିବା ବେଳେ ଘରେ ଛାତ ଉପରେ ରହୁଥିବା ବିପନ୍ନଙ୍କୁ ଏହି ସୁବିଧା ଦିଆଯାଉନାହିଁ। ପ୍ରଶାସନ ଘରେ ଖାଦ୍ୟ ପହଞ୍ଚାଇବା ବ୍ୟବସ୍ଥା କରାଯାଇନଥିବା କହୁଥିବାରୁ ଏଭଳି ପରିସ୍ଥିତି ଉପୁଜିଛି।

ସମ୍ବନ୍ଧିତ ଖବର