ମହାନଦୀରେ ବଡ଼ ବନ୍ୟା ଆଶଙ୍କା ବଢିଲା, ହୀରାକୁଦର ୪୪ଟି ଗେଟ ଖୋଲା

ଭୁବନେଶ୍ୱର : ମହାନଦୀରେ ଏକ ବ଼ଡ଼ ବନ୍ୟା ହେବାର ଆଶଙ୍କା ଦିନକୁ ଦିନ ବଢିବାରେ ଲାଗିଛି । ଉପରମୁଣ୍ଡ ଛତିଶଗଡ଼ରେ ପ୍ରବଳ ବର୍ଷା ଲାଗି ରହିଥିବାରୁ ହୀରାକୁଦ ନଦୀବନ୍ଧର ଜଳସ୍ତର ଚିନ୍ତାଜନକଭାବେ ବଢିଚାଲିଛି । ଗତ ମଧ୍ୟରାତ୍ରିରେ ନଦୀବନ୍ଧର ଆଉ ଦୁଇଟି ଓ ସକାଳେ ଆଉ ଦୁଇଟି ସ୍ଲୁଇସ ଗେଟ୍‌ ଖୋଲିବାକୁ ନିର୍ଦ୍ଦେଶ ଦିଆଯିବା ପରେ ଖୋଲିଥିବା ଗେଟ୍‌ ସଂଖ୍ୟା ୪୪କୁ ବୃଦ୍ଧି ପାଇଛି । ଏହି ୪୪ଟି ଗେଟ ଦେଇ ଏବେ ୮ ଲକ୍ଷ କ୍ୟୁସେକ ଜଳ ଡ୍ୟାମକୁ ପ୍ରବେଶ କରୁଥିବାବେଳେ ପ୍ରାୟ ୭ ଲକ୍ଷ କ୍ୟୁସେକ ଜଳ ସ୍ଲୁଇସ ଗେଟ ଦେଇ ନିଷ୍କାସିତ ହେଉଛି ।

ହୀରାକୁଦର ଜଳଧାରଣ କ୍ଷମତା ୬୩୦ ଫୁଟ ହୋଇଥିବାବେଳେ ଏପର୍ଯ୍ୟନ୍ତ ଜଳସ୍ତର ୬୨୬ ଫୁଟରେ ପହଞ୍ଚିସାରିଲାଣି ।

ଅନ୍ୟପକ୍ଷରେ କଟକ ଜିଲ୍ଲାରେ ଥିବା ମୁଣ୍ଡୁଳି ବ୍ୟାରେଜରେ ଜଳସ୍ତର ବିପଦ ସଂକେତ ଉପରକୁୁ ଉଠିଯାଇଛି । ସେଠାରେ ଏବେ ୮ ଲକ୍ଷ ୯୫ ହଜାର କ୍ୟୁସେକ ଜଳ ପ୍ରବାହିତ ହେଉଛି । ଏହା ଫଳରେ କଟକ,ଜଗତସିଂପୁର, ପୁରୀ ଆଦି ଜିଲ୍ଲାରେ ବନ୍ୟା ପରିସ୍ଥିତି ଗୁରୁତର ହେବାର ଆଶଙ୍କା ରହିଛି ।

ସମ୍ବନ୍ଧିତ ଖବର