୭ ଜିଲ୍ଲାରେ ସୁଧୁରିଛି ବନ୍ୟା ପରିସ୍ଥିତି, ମହାନଦୀ ପାଇଁ ବଢୁଛି ବିପତ୍ତି

ଭୁବନେଶ୍ୱର: ବିଗତ ଦିନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଯୋଗୁଁ ୭ଟି ଜିଲ୍ଲାରେ ଦେଖାଯାଇଥିବା ବନ୍ୟା ପରିସ୍ଥିତି ବୁଧବାର ସାମାନ୍ୟ ସୁଧୁରିଥିବା ବେଳେ ମହାନଦୀ ପାଇଁ ବିପତ୍ତି ବଢ଼ିଛି। ପଶ୍ଚିମାଂଚଳର ନଦୀଗୁଡ଼ିକରୁ ପ୍ରବାହିତ ହେଉଥିବା ପାଣି ମହାନଦୀରେ ମିଶି ଥିବାରୁ ବିପତ୍ତି ବଢ଼ିଛି। ବଲାଙ୍ଗୀର, ସୁବର୍ଣ୍ଣପୁର, କଳାହାଣ୍ଡି, କନ୍ଧମାଳ, ବୌଦ୍ଧ, ନୂଆପଡ଼ା ଓ ବରଗଡ଼ ଜିଲ୍ଲାର ୩୧ଟି ବ୍ଲକରେ ୧୯୨୦ ଗାଁରେ ବନ୍ୟା ପରିସ୍ଥିତି ଦେଖାଯାଇଥିବା ବେଳେ ବନ୍ୟା ଯୋଗୁଁ ରାଜ୍ୟର ୩ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି। ବନ୍ୟା ଜଳ ଧିରେ ଧିରେ ହ୍ରାହ ପାଇଥିବା ବେଳେ ବନ୍ୟା ପରବର୍ତ୍ତୀ ଦୁର୍ଦ୍ଦଶା କମି ନାହିଁ।

ବଲାଙ୍ଗୀର ଜିଲ୍ଲାରେ ସର୍ବାଧିକ ୧୪ ବ୍ଲକର ୧୭୬୩ ଗାଁ ଓ ୨୧ଟି ଓ୍ଵାର୍ଡରେ ବନ୍ୟା ଦେଖାଯାଇଥିବା ବେଳେ ବରଗଡ଼ର ୬୪, ସୁବର୍ଣ୍ଣପୁରର ୨୪ ଓ ବୌଦ୍ଧର ୨୩ଟି ଗାଁ ପ୍ରଭାବିତ ହୋଇଛି। ଏଯାଏଁ ମୋଟ ୧୧ ଜିଲ୍ଲାରେ ୧୮ଟି ଓଡ୍ରାଫ ଓ ଏନ୍‌ଡିଆରଏଫ ଟିମ୍‌ ମୁତୟନ ହୋଇଛନ୍ତି।

ସମ୍ବନ୍ଧିତ ଖବର