ସୁବର୍ଣ୍ଣରେଖା ନଦୀରେ ପାଣି ବଢୁଛି: ବନ୍ୟା ଆଶଙ୍କା

ବାଲେଶ୍ବର: ସୁବର୍ଣ୍ଣରେଖା ନଦୀରେ ପାଣି ଲଗାତାର ବଢୁଥିବା ହେତୁ ବନ୍ୟା ଆଶଙ୍କା ଦେଖାଦେଇଛି। ଏହାଫଳରେ ବାଲିଆପାଳ ବ୍ଲକର ୫ ପଞ୍ଚାୟତ ଓ ଭୋଗରାଇର ୫ ପଞ୍ଚାୟତ ବିଶେଷ ଭାବେ ପ୍ରଭାବିତ ହେବାର ଆଶଙ୍କା ରହିଛି। ନଦୀର ଉପର ମୁଣ୍ଡରେ ଝାଡ଼ଖଣ୍ଡରେ ପ୍ରବଳ ବର୍ଷା ହେବା ଫଳରେ ଗଲୁଡିହ ବ୍ୟାରାଜ ରୁ ଅଧିକ ମାତ୍ରାରେ ପାଣି ପ୍ରବାହିତ ହେଉଛି।

ଜଳେଶ୍ବର ସ୍ଥିତ ରାଜଘଟ ଘାଟ ଠାରେ ସତର୍କ ସୂଚନା ୯.୪୫ ମିଟର ଓ ବିପଦ ସଂକେତ ୧୦.୬ ପଞ୍ଚାୟତ ଥିବା ବେଳେ ସକାଳ ୬ ଟା ସୁଦ୍ଧା ୧୦.୬ ଉପରେ ପାଣି ପ୍ରଭାବିତ ହେଉଛି। ବିପଦ ସଂକେତ ଟପିଲେ ବାଲିଆପାଳ  ବ୍ଲକର ତଳିଆ ଅଞ୍ଚଳରେ ଥିବା କୁଦମାନସିଂ, ସୂର୍ଯ୍ୟପୁର, ଗୁଣପୁର, ,ଆଠବାଟିଆ,ସୁଙ୍ଗ ମୁହଁ, ବିଷ୍ଣୁପୁର, ଅସ୍ତି, ମଧୁପୁରା, ବାଲିଆପାଳ ,ଜଳେଶ୍ବର ବ୍ଲକର ଛୋଟ ଖାନପୁର ଇତ୍ୟାଦି ଅଞ୍ଚଳ ପ୍ରଥମେ ପ୍ରଭାବିତ ହେବ।

ସମ୍ବନ୍ଧିତ ଖବର