ବିପଦ ସଂକେତ ଉପରେ ମହାନଦୀର ଜଳ; ବାଙ୍କୀରେ ବ୍ୟାପକ ଫସଲ ନଷ୍ଟ, କଇଁମୁଣ୍ଡିରେ ରାସ୍ତା ଉପରେ ୮ଫୁଟ ପାଣି

ବାଙ୍କୀ: କଟକ ଜିଲ୍ଲା ବାଙ୍କୀ ଅଞ୍ଚଳରେ ବିପଦ ସଂକେତ ଉପରେ ମହାନଦୀର ଜଳ ପ୍ରବାହିତ ହେଉଛି। ହେକ୍ଟର ହେକ୍ଟର ଚାଷଜମି ଜଳମଗ୍ନ ହୋଇଛି। ୧୨ଟି ଗାଁର ଲୋକେ  ଜଳବନ୍ଦି ହୋଇଯାଇଛନ୍ତି। ବାଙ୍କୀ, ବୈଦେଶ୍ୱର, କଇଁମୁଣ୍ଡିକୁ ଯୋଗଯୋଗ ବିଚ୍ଛିନ୍ନ ହୋଇଛି କଇଁମୁଣ୍ଡିରେ ରାସ୍ତା ଉପରେ ୮ଫୁଟ ପାଣି ପ୍ରବାହିତ ହେଉଛି। କଟକ ଜିଲ୍ଲା ସଂଖାମେରୀ ପଟେଣି ସାହିରେ ୨୦ଫୁଟର ଘାଇ ହୋଇଥିବା ସୂଚନା ମିଳିଛି।

ହୀରାକୁଦ ଜଳଭଣ୍ଡାରକୁ ସେକେଣ୍ଡ ପିଛା ୯,୨୧,୦୬୦ କ୍ୟୁସେକ ଜଳ ପ୍ରବେଶ କରୁଥିବାରୁ ମହାନଦୀରୁ ୪,୫୧,୬୬୫ କୁସେକ ଜଳ ନିଷ୍କାସନ କରାଯାଉଛି। ଫଳରେ ମହାନଦୀର ତଳିଆ ଅଞ୍ଚଳରେ ସମସ୍ୟା ସୃଷ୍ଟି କରୁଛି। କଟକ ଜିଲ୍ଲାର ନରସିଂହପୁର ବ୍ଲକରେ ବନ୍ୟାର ପ୍ରକୋପ ବୃଦ୍ଧି ପାଇଛି। ବ୍ଲକର ଓଡ଼ସିଙ୍ଗା, ମନ୍ଦାଣିଆଁ, ସାନ ଗାଁ, ରାଣୀଭୁଇଁ, ନୂଆପାଟଣା, ଡିମିରିଆ, ବାସେଳିହତା, ଆଦି ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି। ଆଜି ଦିନରେ ଜଳ ସ୍ତର ବୃଦ୍ଧି ପାଉଛି। ଫଳରେ ଏହିସବୁ ଗାଁକୁ ମୁଖ୍ୟ ରାସ୍ତା ସହିତ ସଂଯୋଗ କରୁଥିବା ରାସ୍ତା ଉପରେ ପ୍ରାୟ ୧୦ ଫୁଟ ଉଚର ବନ୍ୟାଜଳ ପ୍ରବାହିତ ହେଉଛି।ସାଧାରଣ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ନେବା ଆଣିବା, ଡାକ୍ତରଖାନା ସେବା ସହିତ ଅନ୍ୟାନ୍ୟ ସମସ୍ତ ସୁବିଧା ଏକ ପ୍ରକାର ଠପ ହୋଇଯାଇଛି।

ସମ୍ବନ୍ଧିତ ଖବର