ଭୁବନେଶ୍ବର : ସାମୁଦ୍ରିକ ଘୂର୍ଣ୍ଣିଝଡ଼ ‘ତିତ୍ଲି’ର ପରବର୍ତ୍ତି ପରିସ୍ଥିତିକୁ ନେନଇ ସରକାରୀ ତନାଘନା ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସ୍ଥିତି ସମୀକ୍ଷା କରିଛନ୍ତି। ସଚିବାଳୟରେ ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ଗଞ୍ଜାମ, ଗଜପତି ଓ ରାୟଗଡ଼ାର ଜିଲ୍ଲାପାଳଙ୍କ ସହ ଆଲୋଚନା କରି ପରିସ୍ଥିତି ଉପରେ ନଜର ରଖିବାକୁ ନିେର୍ଦଶ ଦେଇଛନ୍ତି। ମୁଖ୍ୟଶାସନ ସଚିବ ଆଦିତ୍ୟପ୍ରସାଦ ପାଢୀ ସଚିବସ୍ତରୀୟ ବୈଠକ ଡାକି ବାତ୍ୟା ଓ ବନ୍ୟା ମୁକାବିଲା ସଂପର୍କରେ ଆେଲାଚନା କରିଛନ୍ତି।
ଅନ୍ୟପଟରେ ସ୍ଥିତିର ଗମ୍ଭୀରତା ଉପଲବ୍ଧି କରି ସରକାର ଅପରାହ୍ନରେ ତିନି ଜଣ ମନ୍ତ୍ରୀଙ୍କୁ ନେଇ ଏକ ମନ୍ତ୍ରୀସ୍ତରୀୟ କମିଟି ଗଠନ କରିବା ସହିତ ସେମାନଙ୍କୁ ପ୍ରଭାବିତ ଜିଲ୍ଲାକୁ ଯିବାଲାଗି ନିେର୍ଦଶ ଦେଇଛନ୍ତି। ଏହି ମନ୍ତ୍ରୀସ୍ତରୀୟ କମିଟିେର ରାଜସ୍ବ ମନ୍ତ୍ରୀ ମହେଶ୍ବର ମହାନ୍ତି, ଜଳସଂପଦ ମନ୍ତ୍ରୀ ନିରଂଜନ ପୂଜାରୀ ଓ ଶକ୍ତି ମନ୍ତ୍ରୀ ସୁଶାନ୍ତ ସିଂ ଅଛନ୍ତି। ଏହି ଟିମ୍ ଗଞ୍ଜାମ, ଗଜପତି ଓ ରାୟଗଡା ଗସ୍ତ କରି କ୍ଷୟକ୍ଷତି ଆକଳନ କରିବେ। ବିଶେଷ କରି ରିଲିଫ ଓ ପୁନଃରୁଦ୍ଧାର କାମର ତଦାରଖ କରି ସରକାରଙ୍କୁ ରିେପାର୍ଟ ଦେବେ। ସେହିଭଳି, ଅଥର୍ମନ୍ତ୍ରୀ ଶଶିଭୂଷଣ ବେହେରା ଓ ଅନୁସୂଚିତ ଜାତି ଓ ଜନଜାତି ମନ୍ତ୍ରୀ ରମେଶ ମାଝୀଙ୍କୁ କନ୍ଧମାଳ ଯାଇ ସ୍ଥିତି ଅନୁଧ୍ୟାନ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।
ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜେ ଗଞ୍ଜାମ, ଗଜପତି ଓ ରାୟଗଡ଼ା ବାତ୍ୟା ଓ ବନ୍ୟା ପ୍ରଭାବିତ ଅଞ୍ଚଳ ଗସ୍ତ କରିବାକୁ ନିଷ୍ପତ୍ତି ନେଇଛନ୍ତି। ସେ ହେଲିକପ୍ଟର ଯୋଗେ ସ୍ଥିତି ଅନୁଧ୍ୟାନ କରିେବ। ସମ୍ଭବତଃ, ଆସନ୍ତାକାଲି ଠାରୁ ଲୋକଙ୍କୁ ଉଦ୍ଧାର ଓ ରିଲିଫ୍ ଯୋଗାଣ କାର୍ଯ୍ୟରେ ୨ଟି ହେଲିକପ୍ଟର ନିୟୋଜିତ ହେବେ ବୋଲି ସୂଚନା ମିଳିଛି।
ଉଲ୍ଲେଖଯୋଗ୍ୟ, ଆଜି ସଚିବାଳୟରେ ମୁଖ୍ୟମନ୍ତ୍ରୀ ଗଞ୍ଜାମ, ଗଜପତି ଓ ରାୟଗଡା ଜିଲ୍ଲାପାଳଙ୍କ ସହିତ କଥା ହୋଇଥିଲେ। ଏହି ସମୟରେ ରାଜ୍ୟ ସରକାରଙ୍କ ସବୁ ପ୍ରମୁଖ ବିଭାଗର ଅଧିକାରୀ ବି ଉପସ୍ଥିତ ଥିଲେ। ବନ୍ୟା ଯୋଗୁଁ ବିଭିନ୍ନ ନଦୀରେ ସୃଷ୍ଟି ହୋଇଥିବା ଘାଇଗୁଡ଼ିକୁ ତୁରନ୍ତ ମରାମତି କରିବା, କ୍ଷତିଗସ୍ତ ଲୋକଙ୍କୁ ନିରାପଦ ସ୍ଥାନକୁ ନେଇ ରନ୍ଧା ଖାଦ୍ୟ ସହ ଅନ୍ୟାନ୍ୟ ସୁବିଧା ଯୋଗାଇଦେବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦେଶ ଦେଇଛନ୍ତି। କ୍ଷତିଗ୍ରସ୍ତ ଅଞ୍ଚଳରେ ସ୍ବାସ୍ଥ୍ୟ ଓ ପଶୁ ଚିକିତ୍ସା କ୍ୟାମ୍ପ କରି ଚିକିତ୍ସା ସେବା ଯୋଗାଇଦେବାକୁ କୁହାଯାଇଛି। ମାଗଣା ଔଷଧ ବାଣ୍ଟିବାକୁ ନିେର୍ଦଶ ଦିଆଯାଇଛି। ସଡ଼କ ଯୋଗାଯୋଗ ଓ ବିଦ୍ୟୁତ ସରବରାହ ବ୍ୟବସ୍ଥାକୁ ପୁନଃସ୍ଥାପିତ କରିବା ପାଇଁ ଯୁଦ୍ଧକାଳୀନ ଭିତ୍ତିରେ କାମ କରିବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦେଶ ଦିଆଯାଇଛି। ଘର, ଫସଲ, ପଶୁ ସମ୍ପଦ ଓ ଅନ୍ୟାନ୍ୟ କ୍ଷୟକ୍ଷତି ସମ୍ପର୍କରେ ଆକଳନ କରି ୭ ଦିନ ମଧ୍ୟରେ ରିପୋର୍ଟ ପ୍ରଦାନ କରିବାକୁ ସ୍ବତନ୍ତ୍ର ରିଲିଫ କମିସନରଙ୍କୁ ମୁଖ୍ୟମନ୍ତ୍ରୀ ନିର୍ଦେଶ ଦେଇଛନ୍ତି।
ଆେଲାଚନା ସମୟରେ ଗଞ୍ଜାମ ଜିଲ୍ଲାପାଳ ଜିଲ୍ଲାର ବିପର୍ଯ୍ୟସ୍ତ ଚିତ୍ର ରଖିଥିେଲ। ଆସ୍କା, ଛତ୍ରପୁର, ପୁରୁଷୋତ୍ତମପୁର କେତେ ପ୍ରଭାବିତ ହୋଇଛି, ସେକଥା ଜଣାଇଥିଲେ। ଏଥିସହିତ ହେଲିକପ୍ଟର ସହାୟତା ଲୋଡ଼ିଥିଲେ ଜିଲ୍ଲାପାଳ। ସେହିଭଳି ରାୟଗଡ଼ାରେ ଅନେକ ସ୍ଥାନରେ ଗଛ ପଡ଼ି ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ତେଣୁ ତୁରନ୍ତ ଅଧିକ ଉଦ୍ଧାରକାରୀ ଦଳ ପଠାଇବାକୁ ସଂପୃକ୍ତ ଜିଲ୍ଲାର ଜିଲ୍ଲାପାଳ ଅନୁରୋଧ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/10/FLOOD-REVIEW-MEETING.jpg)