କାଲିମେଳା: ମାଲକାନଗିରି ଜିଲ୍ଲାରେ ଗତ କିଛି ଦିନ ହେଲା ଲଗାଣ ବର୍ଷା ଜାରିି ରହିଛି। ଜିଲ୍ଲାର କାଲିମେଳା ବ୍ଲକ ଅନ୍ତର୍ଗତ ମୋଟୁ ଅଞ୍ଚଳ ଜଳମଗ୍ନ ହୋଇଛି। ବିଶେଷ କରି ମୋଟୁରେ ବନ୍ୟାସ୍ଥିତି ଗମ୍ଭୀର ହୋଇଛି। ଆନ୍ଧ୍ର ପ୍ରକଳ୍ପ ଯୋଗୁଁ ଓଡ଼ିଶାର ବହୁ ଗାଁ ଜଳମଗ୍ନ ହୋଇଛି। ମୋଟୁରେ ଘରଦ୍ବାର, ବିଦ୍ୟାଳୟ ଓ ଜାତୀୟ ରାଜପଥ ବୁଡ଼ିଯାଇଛି । ରାସ୍ତାରେ କିଛି ସ୍ଥାନରେ ବନ୍ୟାଜଳ ଲହଡ଼ି ମାରୁଥିବାର ଦେଖିବାକୁ ମିଳୁଛି। ବନ୍ୟା ପାଣି ସୀମାନ୍ତ ମୋଟୁ ଗାଁରେ ବିପତ୍ତି ବଢାଉଛି।
/sambad/media/post_attachments/wp-content/uploads/2022/07/42d21dd6-776d-4d55-8b31-72e6b83af787.jpg)
ମୋଟୁରେ ବନ୍ୟା ସ୍ଥିତି ସଂଗୀନ ହୋଇଛି। ବହୁ ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ। ହୋଇଛି। ପଡୋଶୀ ଆନ୍ଧ୍ରକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ନଦୀଗୁଡ଼ିକର ଜଳସ୍ତର ବଢ଼ି ଚାଲିଥିବାରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। କାଲେରୁ ପୋଲ ଉପରେ ଜଳ ପ୍ରବାହିତ ହେଉଛି। ୫ଟି ବିଦ୍ୟାଳୟ ନିକଟରେ ବନ୍ୟା ପାଣି ପହଞ୍ଚିଛି। ଏମ୍,ଇ ସ୍କୁଲ ଓ ଆଶ୍ରମ ବିଦ୍ୟାଳୟରୁ ପିଲାମାନଙ୍କୁ ସ୍ଥାନାନ୍ତରିତ କରାଯାଉଛି। ସେହିପରି ପୁରୁଣା ମୋଟୁ ଓ ମୋଟୁ ଅଞ୍ଚଳର ୮୦ ପରିବାରର ୨୦୦ ଲୋକଙ୍କୁ ସ୍ଥାନାନ୍ତରିତ କରାଯାଇ ବାତ୍ୟା ଆଶ୍ରୟସ୍ଥଳୀରେ ରଖାଯାଇଛି। ପ୍ରଶାସନ ତରଫରୁ ବନ୍ୟା ପ୍ରଭବିତ ଲୋକଙ୍କୁ ସୁଖିଲା ଓ ରନ୍ଧାଖାଦ୍ୟ ଦିଆଯାଉଛି। ମୁରଲିଗୁଡା, ଆଲମା, ପେଟା ଓ ବିନାୟକପୁର ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଛି।
/sambad/media/post_attachments/wp-content/uploads/2022/07/9459b37a-cb55-4d7b-92ff-6fca05b1acfc.jpg)
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/07/b14ff3c4-67bb-4042-a408-6e7ff62f1d1d.jpg)