ହୀରାକୁଦରୁ ପ୍ରଥମ ବନ୍ୟାଜଳ ନିଷ୍କାସନ ୧୧ରେ

ସମ୍ବଲପୁର: ଆସନ୍ତା ୧୧ ତାରିଖ (ରବିବାର) ଦିନ ହୀରାକୁଦ ବନ୍ଧରୁ ଚଳିତ ବର୍ଷର ପ୍ରଥମ ବନ୍ୟା ଜଳ ମହାନଦୀରେ ଛଡ଼ାଯିବ। ଉକ୍ତ ଦିନ ୧୧ଟା ପରେ ଯେକୌଣସି ସମୟରେ ହୀରାକୁଦ ବନ୍ଧର ଗେଟ୍‌ ଖୋଲାଯିବ। ଉପର ମୁଣ୍ଡରେ ଲଗାତାର ବର୍ଷା ଯୋଗୁଁ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ଲଗାତାର ଭାବେ ବୃଦ୍ଧି ପାଉଥିବାରୁ ହୀରାକୁଦ ଗେଟ୍‌ ଖୋଲିବାକୁ ନିଷ୍ପତ୍ତି ନିଆ ଯାଇଥିବା ହୀରାକୁଦ ହେଡ୍‌ ୱାର୍କସ ଓ ଅତିରିକ୍ତ ସ୍ପିଲ୍‌ ୱେ’ର ଅତିରିକ୍ତ ମୁଖ୍ୟଯନ୍ତ୍ରୀ ନିରାକାର ବିଶି ସୂଚନା ଜାରି କରିଛନ୍ତି। ଗେଟ୍‌ ଖୋଲିବା ପୂର୍ବରୁ ନିୟମ ମୁତାବକ ହୀରାକୁଦ ବନ୍ଧ ପକ୍ଷରୁ ବଜା ଯାଉଥିବା ସାଇରନ୍ ବଜାଯିବ। ଏହି ସମୟରେ ମହାନଦୀ ତଳ ମୁଣ୍ଡରେ ନଦୀକୁ ପ୍ରବେଶ ବା ଅନ୍ୟାନ୍ୟ ବ୍ୟବହାର ପାଇଁ ଜନସାଧାରଣ ସତର୍କତା ଅବଲମ୍ବନ କରିବାକୁ ସେ ଅନୁରୋଧ କରିଛନ୍ତି।

ସମ୍ବନ୍ଧିତ ଖବର