କାଳିଆପାଣି: ଲଗାଣ ବର୍ଷା ପାଇଁ ଆଜି ସଂଧ୍ୟାରୁ ଖଣିଅଞ୍ଚଳର ଡମଶାଳ ନାଳରେ ବଢ଼ି ଆସିଛି। ଯାଜପୁର-ଢେଙ୍କାନାଳ ଜିଲ୍ଲା ସୀମାନ୍ତରେ ଥିବା ଡମଶାଳ ସେତୁ ଉପରେ ୩ ଫୁଟ୍ ଉଚ୍ଚତାର ବର୍ଷାପାଣି ପ୍ରବାହିତ ହେଉଛି। ୨ ଜିଲ୍ଲା ମଧ୍ୟରେ ଥିବା କଲରଙ୍ଗି-କାଠପାଳ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି।
ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ୍ ଓ କାଠପାଳ ବଜାର ଯିବାକୁ ଥିବା ଏକାଧିକ ଯାତ୍ରୀବାହୀ ବସ୍ ଓ ଟ୍ରକ୍ କଲରଙ୍ଗିରେ ଅଟକି ରହିଛନ୍ତି। କାଠପାଳ ପାଖ କୋଚିଲାବାଙ୍କରେ ମଧ୍ୟ ଏପରି ଅବସ୍ଥା ଦେଖିବାକୁ ମିଳିଛି। ଅପର ପାର୍ଶ୍ବରେ ମାତ୍ର ଦେଢ଼ କିଲୋମିଟର ଦୂରରେ ଥିବା କାଠପାଳ ବଜାର ଓ ବେଦାନ୍ତ-ଫେକର କଲୋନିରେ ସାଧାରଣ ଜୀବନ ଯାତ୍ରା ପ୍ରଭାବିତ ହୋଇଛି। ଜରୁରି କାର୍ଯ୍ୟରେ କାଠପାଳ ଯିବା ପାଇଁ ୨୦ କିଲୋମିଟର ବୁଲିକରି ଯିବାକୁ ପଡ଼ୁଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/07/18-12.jpg)