ପାଙ୍ଗାମ ନଦୀରେ ୫ ଫୁଟ ଉଚ୍ଚର ପାଣି : ମାଲକାନଗିରିରୁ ଜୟପୁର ବିଚ୍ଛିନ୍ନ

ମାଲକାନଗିରି : ବାଦଲ ଫଟା ବର୍ଷା ପରେ ପୁଣି ମାଲକାନଗିରିରୁ ଜୟପୁରକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି। ମାଥିଲି ନିକଟସ୍ଥ ପାଙ୍ଗାମ ନଦୀରେ ୫ ଫୁଟ ଉଚ୍ଚରେ ବନ୍ୟା ଜଳ ପ୍ରବାହିତ ହେଉଛି। ଯାହାଫଳରେ ନଦୀର ଉଭୟ ପାର୍ଶ୍ୱରେ ଶହ ଶହ ଗାଡ଼ି ଅଟକି ରହିଛି। ସେହିପରି ମାଲକାନଗିରି ଠାରୁ କାଲିମେଳା ଓ କାଲିମେଳା ଠାରୁ ଏମଭି-୭୯କୁ ମଧ୍ୟ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି। ମାଲକାନଗିରି ଠାରୁ ବାଲିମେଳା ମଧ୍ୟରେ ଯୋଗାଯୋଗ ଠପ୍‌ ହୋଇଯାଇଛି। ପଡିଆରୁ କାଲିମେଳା ମଧ୍ୟ କିଛି ସମୟ ପାଇଁ ବିଚ୍ଛିନ୍ନ ହୋଇଥିବା ସୂଚନା ମିଳିଛି।

ବାରିପଦାରୁ ଉଦଳା ବିଚ୍ଛିନ୍ନ

ବାରିପଦା : ଲଗାଣ ବର୍ଷା ଯୋଗୁଁ ବାରିପଦା-ଉଦଳା ରାସ୍ତା ବିଚ୍ଛିନ୍ନ ହୋଇଯାଇଛି। କରଞ୍ଜିଆ ଛକ ନିକଟରେ ଥିବା କାଞ୍ଚି ନାଳ ଏବଂ କାଦୁଆଲବନ୍ଧ ନିକଟସ୍ଥ ରାଇଗୁଡ଼ି ନାଳ ଉପରେ ନିର୍ମାଣାଧୀନ ପୋଲର ସଂଯୋଗୀକରଣ ରାସ୍ତା ଉପରେ ପାଣି ଚାଲୁଥିବାରୁ ବାରିପଦା ସହ ଉଦଳା, ଖୁଣ୍ଟା, କପ୍ତିପଦା ଆଦି ଅଞ୍ଚଳର ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର