ଭାଟୁଣିଆଁ ମାଛକାନ୍ଦଣା ପୋଲ ଉପରେ ବନ୍ୟାପାଣି

ପଦ୍ମପୁର: କେନ୍ଦୁଝର ଜିଲ୍ଲାରେ ବିଳବିମ୍ବିତ ରାତିରେ ଲଗାଣ ବର୍ଷା ହେବାରୁ ବିଭିନ୍ନ ସ୍ଥାନରେ ବନ୍ଧ ପୋଖରୀ ନଦୀଗୁଡୁକ ଫୁଲି ଉଠିଛି। ସଦର ବ୍ଲକ ପଦ୍ମପୁର ଅଞ୍ଚଳରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି। ପଦ୍ମପୁର ନିକଟସ୍ଥ ଭାଟୁଣିଆଁ ମାଛକାନ୍ଦଣା ପୋଲ ଉପରେ ବଢି ପାଣି ପ୍ରବାହିତ ହେବାରୁ ଯାତାୟାତରେ ସମସ୍ୟା ଦେଖାଦେଇଛି।  ପଦ୍ମପୁର ଆଞ୍ଚଳିକ ମହାବିଦ୍ୟାଳୟକୁ ବୀରକିଶୋପୁର  ୧୨ କିଲମିଟର ଦେଇ ଛାତ୍ରଛାତ୍ରୀ କଲେଜକୁ ଯାଇଥିଲେ।

କାଦଗଡ ରାସ୍ତା ଘୋସଡା ପୋଲ, ଭଣ୍ତାନାଳି ସାହି ପୋଲ ଜଳମଗ୍ନ ହୋଇଛି। ଫଳରେ ଯାତାୟାତରେ ବାଧା ସୃଷ୍ଟି ହୋଇଛି। ଅନ୍ୟପଟେ କାଦଗଡ ବଡବିଲ ମହାନ୍ତସାହି ପୋଲରେ ପାଣି ଚାଲୁଛି।  ଭାଲୁପାଳିସାହି ପୋଲ ଉପରେ ମଧ୍ୟ ପାଣି ପ୍ରଭାବିତ ହେବାରୁ ଯାତାୟାତରେ ସମସ୍ୟା ଦେଖାଦେଇଥିଲା। ଏହି ସବୁ ପୋଲ ଏବଂ କେତେକ ରାସ୍ତାରେ ପାଣି ପ୍ରବାହିତ ହେଉଥିବାରୁ ରାସ୍ତା ନଷ୍ଟ ହେଉଛି।  ଜିଲ୍ଲା ପ୍ରଶାସନ ଯୁଦ୍ଧକାଳୀନ ଭିତ୍ତିରେ ରାସ୍ତା ମରାମତି କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର