କେନ୍ଦ୍ରାପଡ଼ା : ଭାଙ୍ଗିଗଲା ୪.୫ କୋଟିର ନଦୀବନ୍ଧ; ବ୍ୟାପକ ଦୁର୍ନୀତି, ୮ ମାସ ଗଲାନି, ଅଢ଼େଇ ହଜାର ଲୋକ ଜଳବନ୍ଦୀ

ସରୀସୃପଙ୍କୁ ଦାୟୀ କଲେ ନିର୍ବାହୀ ଯନ୍ତ୍ରୀ

କେନ୍ଦ୍ରାପଡ଼ା : ୮ ମାସ ତଳେ ଯେଉଁ ନଦୀବନ୍ଧ ପାଇଁ ସାଢ଼େ ଚାରିକୋଟି ଟଙ୍କା ଖର୍ଚ୍ଚ ହୋଇଥିଲା, ଏବେ ସେଠି ୫୦ ଫୁଟର ଘାଇ ହେବା ସହ ଭାଙ୍ଗିଯାଇଛି। ବନ୍ୟାର କରାଳତା ସମୟରେ କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ନିକଟରେ ବିରୂପା ନଈରେ ବେଣୀପୁର ନିକଟରେ। ଏହି ଘାଇ ଯୋଗୁ ବ୍ୟାପକ ଅଞ୍ଚଳ ଜଳମଗ୍ନ ହେବା ସହିତ ଛାତ ଉଚ୍ଚର ପାଣି ଅଞ୍ଚଳକୁ ବୁଡ଼ାଇ ରଖିଛି। ଅଢେଇ ହଜାରରୁ ଅଧିକ ଲୋକ ଜଳବନ୍ଦୀ ‌ହୋଇଛନ୍ତି। ଘର ଛାତରେ ଲୋକ ଆଶ୍ରୟ ନେଇଛନ୍ତି। କମ୍‌ ଦିନମଧ୍ୟରେ ନଦୀବନ୍ଧ ସୁଦୃଢ଼ୀକରଣ କାର୍ଯ୍ୟ ସରିଥିଲାବେଳେ କିଭଳି ଏତେ ବଡ଼ ଘାଇ ହେଲା, ତାହାକୁ ‌ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ନିମ୍ନମାନର କାର୍ଯ୍ୟ ଯୋଗୁ ଏହିଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି। ଆଶ୍ଚର୍ଯ୍ୟର ବିଷୟ ହେଉଛି, ସରୀସୃପ କଣା କରିବାରୁ ଏଭଳି ଘାଇ ହେଲା ବୋଲି ନିର୍ବାହୀ ଯନ୍ତ୍ରୀ କହିଛନ୍ତି।

ବେଣୀପୁର ଘେରିବନ୍ଧ ପ୍ରଶସ୍ତୀକରଣ ଓ ସୁଦୃଢ଼ୀକରଣ(ବୁରୁଜ ପୁନଃ ନିର୍ମାଣ ଓ ପଥର ପ୍ୟାକି˚) ନାଁରେ ୪କୋଟି ୫୦ଲକ୍ଷ ୧୫ହଜାର ୧୭୦ଟଙ୍କା ଖର୍ଚ୍ଚ ହୋଇଥିଲା। ଜଳସମ୍ପଦ ବିଭାଗ ପକ୍ଷରୁ ୨୦୧୮, ଡିସେମ୍ବର ୨୪ ତାରିଖରୁ କାମ ଆରମ୍ଭ ହୋଇ ୨୦୧୯, ଡିସେମ୍ବର ୨୩ ତାରିଖରେ ଶେଷ ହୋଇଥିଲା। ନିର୍ମାଣ ଦାୟିତ୍ବ ଠିକାଦାର ବିନୟ ଭୂଷଣ ନାୟକଙ୍କୁ ଦିଆଯାଇଥିଲା। ମାତ୍ର ବର୍ଷକ ଭିତରେ ଶେଷ ହୋଇଥିବା ଏହି କାମ କିନ୍ତୁ ଏତେ ନିମ୍ନମାନର ହୋଇଛି ଯେ ପ୍ରଥମ ବନ୍ୟାଜଳରେ ବନ୍ଧ ବାନ୍ଧିଗଲା।

ଉଲ୍ଲେଖନୀୟ କଥା ହେଉଛି, ଇଏ ହେଉଛି ଘେରିବନ୍ଧ ବିରୂପା ନଦୀବ˚ଧଠୁ ପ୍ରାୟ ୨୦୦ ମିଟର‌୍‌ ଦୂରରେ ରହିଛି। ମାତ୍ର ନଦୀରେ ଜଳସ୍ତର ବୃଦ୍ଧି ପାଇ ଯେତେବେଳେ ଏଇ ଘେରିବନ୍ଧକୁ ଛୁଇଁଲା, ଏକାଧିକ ସ୍ଥାନରେ ଘଳିଆ ପଡ଼ିଲା। ଗତକାଲି ଦିନ ପ୍ରାୟ ୧୧ଟା ବେଳେ ପ୍ରଥମେ ଯେଉଁ ସ୍ଥାନରେ ବଡ଼ ଘଳିଆ ପଡ଼ିଲା, ପ୍ରଶାସନ ପକ୍ଷରୁ ବାଲିବସ୍ତା ପକାଯାଇ ରୋକାଯିବାକୁ ଉଦ୍ୟମ କରାଯାଇଥିଲା। ସେଠାରେ ଘଳିଆ ନିୟନ୍ତ୍ରଣରେ ଆସିଲା ବେଳକୁ ମାତ୍ର ଦୁଇ ଶହ ମିଟର‌୍‌ ଦୂରରେ ଅଚାନକ ପାଖାପାଖି ୫୦ଫୁଟ୍‌ର ବ˚ଧ ଭା˚ଗିଗଲା। ବିଭାଗୀୟ ଯନ୍ତ୍ରୀ ବି ଦୁର୍ବଳ ସ୍ଥିତି ସ˚ପର୍କରେ ଠଉରାଇ ପାରିଲେ ନାହିଁ। ପାଣିର ସ୍ରୋତ ଏତେ ପ୍ରଖର ଥିଲା ଯେ ମାତ୍ର ଘଣ୍ଟାକ ଭିତରେ ବେଣୀପୁର ଗାଁ ବୁଡ଼ିଯାଇଥିଲା। ଏବେ ବ˚ଧର ଦୁର୍ବଳ ସ୍ଥିତି ସ˚ପର୍କରେ ଅନୁଧ୍ୟାନ କଲାବେଳକୁ ଚକିତ କଲା ଭଳି ଚିତ୍ର ସାମ୍ନାକୁ ଆସିଛି। ବନ୍ଧରେ ମାଟି କମ୍‌ ବାଲି ଅଧିକ ଦେଖିବାକୁ ମିଳୁଛି। ଠିକାଦାର ମନଇଚ୍ଛା ନଦୀ କଡ଼ରୁ ବାଲିଆ ମାଟି ଉଠାଇ ବ˚ଧରେ ପକାଇଛନ୍ତି। ଉପରେ ଯେଭଳି ଗ୍ରେଡ୍‌-୧ ମେଟାଲି˚ ହେବା କଥା, ତାହା ବି ହୋଇନାହିଁ। କେବଳ ଉପରଠାଉରିଆ ଭାବେ ମେଟାଲି˚ ଏବ˚ ମୋହରମ୍‌ ଛିଞ୍ଚି କାମ ସାରି ଦିଆଯାଇଛି।

ଗାଁର ଚନ୍ଦ୍ରଶେଖର ସାମଲ, ଶ୍ରୀକାନ୍ତ ଓଝା, ସମୀର ସାହୁଙ୍କ ସମେତ ବହୁ ଲୋକ ନଦୀରୁ ବାଲି ମାଟି ଉଠାଯାଇ ନିମ୍ନମାନର ବ˚ଧ କାମ ହେଉଥିବା ସ˚ପର୍କରେ ଅଭିଯୋଗ କରିଥିଲେ। ଜଳସ˚ପଦ ବିଭାଗ ମୁଖ୍ୟଯନ୍ତ୍ରୀ, ଅଧୀକ୍ଷଣ ଯନ୍ତ୍ରୀଙ୍କ ନେତୃତ୍ବରେ ଏକ ଟିମ୍‌ ଆସି ଘଟଣାର ତଦନ୍ତ କରିଥିଲେ। ମାତ୍ର କାର୍ଯ୍ୟାନୁଷ୍ଠାନ ଶୂନ। ଯନ୍ତ୍ରୀ-ଠିକାଦାରଙ୍କ ସଲାସୁତୁରାରେ ସାଢେ଼ ଚାରି କୋଟି ଟଙ୍କାର ହୋଇଥିବା ଏହି ନିମ୍ନମାନର କାମକୁ ନେଇ ଏବେ ବେଣୀପୁର ଗାଁ ଲୋକଙ୍କ ମନରେ ଭୀଷଣ ଅସନ୍ତୋଷ, ଆକ୍ରୋଶ ତେଜୁଛି। ଜଳସ˚ପଦ ବିଭାଗର ଅବହେଳା ତଥା ଦାୟିତ୍ବହୀନତା ପାଇଁ ବେଣୀପୁରରେ ଯେଉଁ ଭୟଙ୍କର ବିପର୍ଯ୍ୟୟ ସୃଷ୍ଟି ହୋଇଛି, ସେଥିପାଇଁ କାହିଁକି ବିଭାଗୀୟ ଯନ୍ତ୍ରୀ ଅଥବା ଠିକାଦାରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବନାହିଁ ବୋଲି ସେମାନେ ପ୍ରଶ୍ନ କରିଛନ୍ତି। ଅନ୍ୟପକ୍ଷରେ ନିର୍ବାହୀ ଯନ୍ତ୍ରୀ ପ୍ରବୋଧ ରାଉତ କହିଛନ୍ତି ଯେ ସରୀସୃପ ମାନେ ଗାତ କରି ଦେବାରୁ ବନ୍ଧ ଦୁର୍ବଳ ହୋଇଯାଇଥିଲା। ତେଣୁ ଭାଙ୍ଗିଗଲା।

ସମ୍ବନ୍ଧିତ ଖବର