ଭୁବନେଶ୍ୱର : ରିଲିଫ୍ ଓ ଭିତ୍ତିଭୂମି ପୁନରୁଦ୍ଧାର ବାବଦରେ ୭୧୫.୯୧ କୋଟି ଟଙ୍କା ଦିଅ। ନଦୀ ବନ୍ଧ ମରାମତି ବାବଦରେ ୬୪୮.୯୦କୋଟି ଟଙ୍କା ଏବଂ ଯାଜପୁର ଜିଲ୍ଲାର ବନ୍ୟା କ୍ଷତିଗ୍ରସ୍ତ ବରୀ ଅଞ୍ଚଳରେ ସବୁଦିନିଆ ରାସ୍ତା ନିର୍ମାଣ ପାଇଁ ୨୦୪ କୋଟି ୭୦ ଟଙ୍କା ଆବଶ୍ୟକ।

Advertisment

ଗତ ପ୍ରଳୟଙ୍କରୀ ବର୍ଷା ଓ ପରବର୍ତୀ ବନ୍ୟା କ୍ଷୟକ୍ଷତି ବାବଦରେ ରାଜ୍ୟ ସରକାର ଏସବୁକୁ ମିଶାଇ ମୋଟ ୧୫୬୯ କୋଟି ୫୦ ଲକ୍ଷ ଟଙ୍କାର ଏକ ସ୍ମାରକ ପତ୍ର କେନ୍ଦ୍ର ସରକାରଙ୍କୁ ପ୍ରଦାନ କରିଛନ୍ତି। ବର୍ଷା ଓ ବନ୍ୟାରେ ପାଖାପାଖି ୧୬୪୨ କୋଟି ୨୬ଲକ୍ଷ ଟଙ୍କାର କ୍ଷୟକ୍ଷତି ଆକଳନ ହୋଇଥିଲେ ହେଁ ଏନ୍‌ଡିଆର୍‌ଏଫ୍ ଗାଇଡ୍ ଲାଇନ୍ ଅନୁସାରେ ଏହି ଦାବି ରଖାଯାଇଛି। ମୁଖ୍ୟଶାସନ ସଚିବ ଅସିତ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ ବିପର୍ଯ୍ୟୟ ପରିଚାଳନାର କାର୍ଯ୍ୟନିର୍ବାହୀ କମିଟି ବୈଠକରେ ଏହି ଚୂଡ଼ାନ୍ତ ସହାୟତା ଦାବି ପ୍ରସ୍ତାବକୁ ମଧ୍ୟ ଅନୁମୋଦନ ମିଳିଥିବା ଜଣାପଡିଛି।

ଉଲ୍ଲେଖଥାଉକି, ସେପ୍ଟେମ୍ବର ୧୬ ଓ ୧୭ତାରିଖରେ ଗୃହ ମନ୍ତ୍ରଣାଳୟର ଯୁଗ୍ମ ସଚିବ ପ୍ରବୀଣ ବଶିଷ୍ଠଙ୍କ ନେତୃତ୍ୱରେ ଏକ କେନ୍ଦ୍ରୀୟ ଟିମ୍ ଓଡ଼ିଶା ଗସ୍ତ କରି ସ୍ଥିତି ଅନୁଧ୍ୟାନ କରିଥିଲେ। ସେବେ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରାରମ୍ଭିକ ଆକଳନ ଅନୁସାରେ ମୋଟ୍ ୧୭୮୪.୩୦କୋଟି ଟଙ୍କାର କ୍ଷୟକ୍ଷତି ହୋଇଥିବା ଦର୍ଶାଯାଇଥିଲା ଏନଡିଆରଏଫ ଗାଇଡଲାଇନ୍ ଅନୁସାରେ ୧୧୨୪.୧୦କୋଟି ଟଙ୍କାର ତତ୍କାଳ ବନ୍ୟା ସହାୟତା ଦେବା ପାଇଁ ସରକାର ପ୍ରାରମ୍ଭିକ ଦାବି ରଖିଥିଲେ।