ଭୁବନେଶ୍ୱର : ଚଳିତ ବର୍ଷ ବନ୍ୟା ସଂପୂର୍ଣ୍ଣ ଭାବେ ମନୁଷ୍ୟକୃତ, ରାଜ୍ୟ ସରକାର ଚାହିଁଥିଲେ ଏହାକୁ ରୋକି ପାରିଥାନ୍ତେ। ହୀରାକୁଦ ବନ୍ଧର ଉପର ଓ ତଳ ଅଞ୍ଚଳରେ ଜଳ ପରିଚାଳନାରେ ବିଫଳତା କାରଣରୁ ଚଳିତ ବନ୍ୟା ଭୟଙ୍କର ହୋଇ ପଡ଼ିଥିଲା। ସେହିପରି ବନ୍ୟା ପରବର୍ତୀ ସ୍ଥିତିର ପରିଚାଳନା ପାଇଁ ମଧ୍ୟ ରାଜ୍ୟ ସରକାର ବିଫଳ ହୋଇଛନ୍ତି। ମଣିଷପଣିଆ ଭୁଲିଯାଇଥିବା ମୁଖ୍ୟମନ୍ତ୍ରୀ ସାଧାରଣ ଲୋକଙ୍କ ଜୀବନ ସହ ଖେଳିଛନ୍ତି। ବନ୍ୟା ପୀଡ଼ିତଙ୍କ ପାଖରେ ପ୍ରଶାସନ, ମନ୍ତ୍ରୀ, ନେତା କେହି ପହଞ୍ଚିନାହାନ୍ତି। ଯାହା ରାଜ୍ୟସରକାରଙ୍କ ଅପାରଗତା, ସମ୍ବେଦନହୀନତା, ଦାୟିତ୍ବହୀନତାକୁ ପଦାରେ ପକାଇଛି ବୋଲି ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି କହିଛନ୍ତି।
ରାଜ୍ୟରେ ବନ୍ୟା ବିତ୍ପାତ ପରେ ବନ୍ୟାଞ୍ଚଳର ସ୍ଥିତି ଜାଣିବାକୁ ଯାଇଥିବା ବିଜେପିର ଦୁଇଟି ଟିମ୍ ଆଜି ରାଜ୍ୟସଭାପତିଙ୍କୁ ରିପୋର୍ଟ ଦେଇଛନ୍ତି। ଏଥିରେ ଚଳିତ ବର୍ଷର ବନ୍ୟାକୁ ମନୁଷ୍ୟକୃତ କହିବା ସହ ରାଜ୍ୟ ସରକାରଙ୍କ ଅପ୍ରସ୍ତୁତ ଓ ତ୍ରୁଟି ପରିଚାଳନାକୁ ଦାୟୀ କରିଛନ୍ତି। ଏହି ଉପଲକ୍ଷେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବିଜେପିର ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ, ପୂର୍ବତନ ମନ୍ତ୍ରୀ ମନମୋହନ ସାମଲ, ପୂର୍ବତନ ବିଧାୟକ ରମାରଞ୍ଜନ ବଳିୟାରସିଂହ, ଓବିସି ମୋର୍ଚ୍ଚା ରାଜ୍ୟ ସଭାପତି ସୁରଥ ବିଶ୍ୱାଳ, ଗଣମାଧ୍ୟମ ମୁଖ୍ୟ ଦିଲୀପ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/09/m19a.jpg)