ଗତ ବନ୍ୟାରେ ୩୫ ଘାଇରୁ ଯାଜପୁରରେ ୨୫, ଏଯାଏ ସୁଦୃଢ଼ ହୋଇନି ବନ୍ଧବାଡ଼

‘ୟାସ୍‌’ ପ୍ରଭାବ ବନ୍ୟାରେ କାଣୀ ନଦୀରେ ଘାଇ

ଯାଜପୁର/ଦଶରଥପୁର: ମୌସୁମୀ ବର୍ଷା ଆରମ୍ଭ ହୋଇଯାଇଛି। ଗତ ବର୍ଷ ହୋଇଥିବା ପ୍ରଳୟଙ୍କରୀ ବନ୍ୟାରେ ରାଜ୍ୟର ମୋଟ ୩୬ଟି ଘାଇ ମଧ୍ୟରୁ ୨୫ ଘାଇ ଯାଜପୁର ଜିଲ୍ଲାକୁ ଉବୁଟୁବୁ କରିଥିଲା। ବ‌‌ର୍ଷେ ପୂୂରଣ ହେବାକୁ ଯାଉଥିବା ବେଳେ ଧୋଇଯାଇଥିବା ବନ୍ଧବାଡ଼ ଆଜି ପର୍ଯ୍ୟନ୍ତ ସୁଦୃଢ଼ ହୋଇପାରିଲା ନାହିିଁ।

ଯେଉଁ ପୁଣ୍ୟତୋୟା ବୈତରଣୀ ନଦୀର ଅବବାହିକାରେ ଯାଜପୁର ଜିଲ୍ଲା ଗଢ଼ି ଉଠିଛି। ଜିିଲ୍ଲାବାସୀଙ୍କ ଅନ୍ୟତମ ଜୀବନରେଖା କୁହାଯାଉଥିବା ଏହି ବୈତରଣୀ ଓ ତା’ର ଶାଖା କାଣୀ ଓ ବୁୁଢ଼ାନଦୀରେ ପ୍ରତିବର୍ଷ ବନ୍ୟା ମଧ୍ୟ ଅନେକ ଦୁଃଖର କାରଣ ପାଲଟିଛି। ଦଶରଥପୁର ବ୍ଲକ୍‌ର ବ୍ୟାପକ ଅଞ୍ଚଳ ବୈୖତରଣୀ ଓ ଶାଖା କାଣୀ ନଦୀର ମୁହାଣ ପାଲିଟିଛି। ବୈତରଣୀର ପ୍ରତିବର୍ଷ ବନ୍ୟାରେ ଦଶରଥପୁରର କଣ୍ଟପଡ଼ାରୁୁ କୟାଁ ଅଞ୍ଚଳ ବନ୍ୟା ପ୍ଲାବିତ ହେଉଛି। ୧୦ ପଞ୍ଚାୟତର ହଜାରହଜାର ଲୋକଙ୍କ ଜୀବନଜୀବିକା ଏହି ମୁହାଣ ଭିତରେ ବନ୍ଧା ପଡ଼ିଛିି।

ବୈତରଣୀ ନଦୀର ତଳମୁଣ୍ଡରେ ଦଶରଥପୁର ବ୍ଲକରେ ପ୍ରବାହିତ ଶାଖା କାଣୀ ନଦୀର ଘାଇ ଦ୍ବାରା ଉପର ମୁଣ୍ଡରେ ଥିବା କୋରେଇ, ଯାଜପୁୁର ବ୍ଲକ୍ ଓ ଜିଲ୍ଲା ସଦର ମହକୁମାକୁୁ ସୁରକ୍ଷା ଦେଇଆସିଛି। ଏହାକୁ ଲକ୍ଷ୍ୟ କରିି କାଣୀ ନଦୀବନ୍ଧକୁୁ ମଧ୍ୟ ସୁଦୃଢ଼ କରାଯାଉନାହିଁ। ‌ବୈତରଣୀ ନଦୀର ବ୍ରହ୍ମଚାରୀପାଟଣାରୁ କାଣୀ ଶାଖା ନଦୀ ବାହାରି ୫/୬କିମି କଣ୍ଟପଡ଼ା ପର୍ଯ୍ୟନ୍ତ ଯାଇଥିବା ନଦୀବନ୍ଧକୁ ଜଳସେଚନ ବିଭାଗ ସୁଦୃଢ଼ କରିବା ସହିତ ସୁୁରକ୍ଷା ଦେଉଛି। କଣ୍ଟପଡ଼ାରୁ କୟାଁଁ ପର୍ଯ୍ୟନ୍ତ ପ୍ରାୟ ୧୨କିିମିି କାଣୀ ନଦୀବନ୍ଧକୁ ନାମକୁୁ ମାତ୍ର ମରାମତିି କରାଯାଇ ଖୋଲା ଛାଡ଼ିଦିଆଯାଇଛି। ଫଳରେ ବୈତରଣୀରେ ବନ୍ୟା ଆସିଲେ କାଣୀନଦୀର କଣ୍ଟପଡ଼ାରେ ନିିୟମିତ ଘାଇ କରାଯାଉଛି। ଯେପରି ଗତ ମାସରେ ବାତ୍ୟା ‘ୟାସ୍’ ପ୍ରଭାବରେ ବୈତରଣୀରେ ବନ୍ୟା ଆସିଲା। କାଣୀର କଣ୍ଟପଡ଼ାରେ ଘାଇ ହେଲା। ପ୍ରତିବର୍ଷ କିଛି କିଛି ମରାମତି କରାଯାଉଥିଲା। କିନ୍ତୁ ଏଥର ଏହିି ଘାଇକୁ ମରାମତି କରାନଯାଇ ‌ଖୋଲା ଛାଡ଼ିଦିିଆଯାଇଛି।

ଉଲ୍ଲେଖଯୋଗ୍ୟ ଯେ ଗତବର୍ଷ ରାଜ୍ୟର ୩୬ଟି ଘାଇ ମଧ୍ୟରୁ ଯାଜପୁର ଜିଲ୍ଲାରେ ୨୫ଟି ଘାଇ ‌ହୋଇଥିବା ବେଳେ କେନ୍ଦ୍ରାପଡ଼ାରେ ୫ଟିି, ମୟୂରଭଞ୍ଜରେ ୩ଟି, ବାଲେଶ୍ବର, ପୁୁରୀ ଓ ଖୋର୍ଦ୍ଧାରେ ଗୋଟିଏଲେଖାଁଏ ଘାଇ ହୋଇଥିଲା। ଯାଜପୁର ଜିଲ୍ଲାର ୨୫ଟି ଘାଇ ମଧ୍ୟରୁୁ ୨୧ଟି ଘାଇ ଜାରକା ଡିଭିଜନ୍ ଅଧୀନରେ ହୋଇଥିବା ‌ବେଳେ ଯାଜପୁର ଡିଭିଜନ୍ ରେ ୪ଟିି ଘାଇ ହୋଇଥିଲା।

ସମ୍ବନ୍ଧିତ ଖବର