ଫ୍ଲୋରିସ୍‌ ଇଣ୍ଡିଆ ଠକେଇ ମାମଲାର ଚାର୍ଜଫ୍ରେମ୍‌ ୫ରେ

ବ୍ରହ୍ମପୁର : ଫ୍ଲୋରିସ୍‌ ଇଣ୍ଡିଆ ଚିଟ୍‌ଫଣ୍ଡ ଠକେଇ ମାମଲାର ଚାର୍ଜଫ୍ରେମ ଆସନ୍ତା ୫ତାରିଖରେ ହେବ ବୋଲି କୋର୍ଟ ତାରିଖ ଧାର୍ଯ୍ୟ କରିଛନ୍ତି। ଆଜି ଏହି ମାମଲାର ଅନ୍ୟତମ ଅଭିଯୁକ୍ତ ଆଦିତ୍ୟ ବିଷୋୟୀଙ୍କୁ ଚିକିତ୍ସା ପାଇଁ ମଣ୍ଡଳ କାରାଗାରରୁ କଟକ ଏସସିବିକୁ ସ୍ଥାନାନ୍ତର କରିବା ପାଇଁ ଚିଟ୍‌ଫଣ୍ଡ କୋର୍ଟ ଜଜ୍‌ ସନ୍ତୋଷ କୁମାର ନାୟକ ନିର୍ଦ୍ଦେଶ ଦେଇଥିବା ସ୍ୱତନ୍ତ୍ର ପିପି ବିଜୟ ପ୍ରଧାନଙ୍କ ଠାରୁ ପ୍ରକାଶ। ଗତ ୨୦୧୭ ଏପ୍ରିଲ ୧୮ତାରିଖରୁ ଆଦିତ୍ୟ ବ୍ରହ୍ମପୁର ମଣ୍ଡଳ କାରାଗାରରେ ଥିଲେ। ସେ ହୃଦରୋଗରେ ପୀଡ଼ିତ ଥିବାରୁ ବ୍ରହ୍ମପୁର ବଡ଼ ମେଡିକାଲରେ ତାଙ୍କର ଚିକିତ୍ସା କରାଯାଇଥିଲା।

ସମ୍ବନ୍ଧିତ ଖବର