ବାଲେଶ୍ବର: ଆଉ କିଛି ସମୟ ପରେ ସରିଯିବ ନୂଆବର୍ଷ । ଆଜି ବର୍ଷର ଶେଷ ଦିନ, ଆସନ୍ତାକାଲି ନୂଆବର୍ଷ । ୨୦୨୫କୁ ଖୁସିରେ ବିଦାୟ ଜଣାଇ ୨୦୨୬କୁ ଉତ୍ସାହର ସହ ସ୍ବାଗତ ଜଣାଇବାକୁ ବିଭିନ୍ନ ସ୍ଥାନରେ ପ୍ରସ୍ତୁତି ଜୋରଦାର । ଆଉ କିଛି ଘଣ୍ଟାର ଅପେକ୍ଷା । ସରିବ ୨୦୨୫, ଆସିବ ୨୦୨୬ । ନୂଆବର୍ଷକୁ ଉତ୍ସାହ,ଉଦ୍ଦୀପନା ଓ ଖୁସିର ସ୍ବାଗତ ଜଣାଇବାକୁ କାହାର ବା ଇଚ୍ଛା ନଥାଏ । ତେଣୁ ଘର ପରିବାର ସାଙ୍ଗସାଥୀଙ୍କୁ ନେଇ ସହ ମନପସନ୍ଦର ପର୍ଯ୍ୟଟନସ୍ଥଳୀରେ  ପହଁଚୁଛନ୍ତି ଲୋକ । କିଏ ବରଫପାତର ମଜା ନେବାକୁ ପାହାଡିଆ ରାଜ୍ୟ ଉତ୍ତରାଖଣ୍ଡ, କାଶ୍ମୀର ଓ ହିମାଚଳରେ ପହଞ୍ଚିଛି ତ ପୁଣି କିଏ ରାଜସ୍ଥାନ ମରୂଭୂମିରେ ପହଁଞ୍ଚିଛନ୍ତି  । 

Advertisment
flower 1
flower 1 Photograph: (sambad.in)

ବିଭିନ୍ନ ସ୍ଥାନ ବୁଲି ନୂଆବର୍ଷକୁ ସ୍ବାଗତ ପାଇଁ ପ୍ରସ୍ତୁତି କିଛି ଲୋକ କରୁଥିବା ବେଳେ ଅନ୍ୟପଟେ ଉପହାର, ଫୁଲତୋଡା ଦେଇ ନବବର୍ଷର ଶୁଭେଚ୍ଛା ଜଣାଇବାକୁ ଅନେକ ଲୋକ ପ୍ରସ୍ତୁତି ସାରିଲେଣି । ରାତି ପାହିଲେ ନୂଆବର୍ଷ । ନୂଆ ଆଶା ନେଇ ଆସିବେ ରବି । ରାତି ପାହିଲା ମାତ୍ରେ ନୂଆବର୍ଷକୁ ସ୍ବାଗତ ସହ ଅଫିସର ସିନିୟର ଏବଂ ଆତ୍ମୀୟ ଲୋକଙ୍କୁ ନୂଆବର୍ଷ ଶୁଭେଚ୍ଛା ଜଣାଇବାକୁ ହାତରେ ଫୁଲ ଧରି ଯିବେ ଲୋକେ । ତେଣୁ ଏଥିପାଇଁ ବଜାରରେ ଫୁଲର ପସରା ମେଲିଛି ।

କିଏ ଫୁଲ ତୋଡା ଦେବ ତ ପୁଣି କିଏ ଦେବ ଗୋଲାପ । ଏଥିପାଇଁ ଫୁଲ ଦୋକାନରେ ପ୍ରବଳ ଗହଳି ଲାଗିଛି । ଭୁବନେଶ୍ବର ଠାରୁ ଆରମ୍ଭ କରି ଅନ୍ୟ ଜିଲ୍ଲା ଏବଂ ରାଜ୍ୟରେ ଫୁଲର ଚାହିଦା ଅଧିକ ରହିଛି । ବାଲେଶ୍ବର ବଜାରରେ ଫୁଲ ଦୋକାନରେ ବେପାର ଭଲ ଚାଲିଛି । ସାଧାରଣ ଗୋଲାପର ଦର- ୨୦ ଟଙ୍କା ରହିଥିବା ବେଳେ ବେଙ୍ଗାଲୁରୁ ଗୋଲାପର ଦର- ୫୦ ଟଙ୍କା ରହିଛି । ସେହିପରି ଫୁଲତୋଡା ୩୦୦ରୁ ଆରମ୍ଭ ହୋଇ ୫୦୦ ଏବଂ ୮୦୦ ଟଙ୍କା ଯାଏଁ ରହିଛି ।