ଭୁବନେଶ୍ବର: ରାଜ୍ୟରେ ଏବେ କରୋନା ଅତ୍ୟାବଶ୍ୟକ ସାମଗ୍ରୀର ବେଆଇନ ମହଜୁଦ ଓ କଳାବଜାରୀ ବିରୋଧରେ ଅଭିଯାନ ଆରମ୍ଭ ହୋଇଛି। ଏନେଇ ଫ୍ଲାଇଙ୍ଗ୍ ସ୍କ୍କାର୍ଡ ଗଠନ କରାଯାଇଛି। ଫ୍ଲାଇଙ୍ଗ୍ ସ୍କ୍ୱାର୍ଡରେ ଡ୍ରଗ୍ ଇନ୍ସପେକ୍ଟର, କ୍ରାଇମ ବ୍ରାଞ୍ଚର ଅଧିକାରୀ, ସ୍ପେଶାଲ୍ ଟାସ୍କ ଫୋର୍ସ ଏବଂ ସ୍ଥାନୀୟ ପୁଲିସ ରହିଛନ୍ତି। ଏହି ସ୍କ୍କାର୍ଡ ଗତ ୨୪ଘଣ୍ଟା ମଧ୍ୟରେ ଚାନ୍ଦନୀ ଚୌକ୍, କଟକରେ ଥିବା ବିଭିନ୍ନ ଫାର୍ମାସ୍ୟୁଟିକାଲ୍ ସଂସ୍ଥାରେ ଯାଞ୍ଚ କରିଥିବା ଜଣାପଡ଼ିଛି। ଏହା ସହ ଭୁବନେଶ୍ୱରର ଏକ ହସ୍ପିଟାଲ୍, ବାଲେଶ୍ବରର ୧୪ଟି ମେଡିକାଲ୍ ଷ୍ଟୋର୍, ସମ୍ବଲପୁର, କୋରାପୁଟ, ଭଦ୍ରକ, ବଲାଙ୍ଗୀର ଏବଂ ଅନ୍ୟାନ୍ୟ ମେଡିକାଲ ଷ୍ଟୋର / ଷ୍ଟକ୍ସିଷ୍ଟ ଡିପୋ / ଅମ୍ଳଜାନ ଭରିବା କେନ୍ଦ୍ରରେ ମଧ୍ୟ ଯାଞ୍ଚ କରିଛି ସ୍କ୍କାର୍ଡ । କରୋନା ଔଷଧ ଏବଂ ଆନୁଷଙ୍ଗିକ ସାମଗ୍ରୀର ପ୍ରବେଶ, ଯୋଗାଣର ରେକର୍ଡ, ଷ୍ଟକ୍ ଯାଞ୍ଚ କରିବା, ବଣ୍ଟନ ବିବରଣୀ ସଂଗ୍ରହ କରିବା ସହ କରୋନା ଔଷଧ ବିତରଣ ଉପରେ ଦୈନିକ ଅପଡେଟ୍ ଦାଖଲ କରିବାକୁ ମେଡିକାଲ୍ ଫାର୍ମ / ଡାକ୍ତରଖାନାଗୁଡ଼ିକୁ ନିର୍ଦ୍ଦେଶ ଦେଇଛି ସ୍କ୍କାର୍ଡ।
ରାଜ୍ୟରେ କରୋନା ଔଷଧର ବେଆଇନ ମହଜୁଦ ଓ କଳାବଜାରୀକୁ ରୋକିବା ପାଇଁ ଏଡିଜିପି, ଚେୟାରମ୍ୟାନ୍ ତଥା ଯୁଗ୍ମ ସଚିବ ଭାବରେ କ୍ରାଇମବ୍ରାଞ୍ଚ, ସ୍ୱାସ୍ଥ୍ୟ ବିଭାଗ ଏବଂ ଡ୍ରଗ୍ସ ନିୟନ୍ତ୍ରକଙ୍କୁ ନେଇ ଗଠିତ ରାଜ୍ୟ ସ୍ତରୀୟ କମିଟି ଓଡ଼ିଶା ସରକାର ଗଠନ କରିଛନ୍ତି। କଟକ-ଭୁବନେଶ୍ୱରରେ ୦୭ ଫ୍ଲାଇଙ୍ଗ ସ୍କ୍କାର୍ଡ ଏବଂ ବାକି ରାଜ୍ୟରେ ୧୫ଜଣ ସକ୍ରିୟ ଭାବରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି।
/sambad/media/post_attachments/wp-content/uploads/2021/04/ସ-127.jpg)
ସି ଆଣ୍ଡ ଏଫ୍ ଏଜେଣ୍ଟ / ଷ୍ଟକ୍ସିଷ୍ଟମାନେ ରାଜ୍ୟ ବାହାରେ ଥିବା ରୋଗୀ / ଡାକ୍ତରଖାନାଗୁଡ଼ିକୁ କୋଭିଡ୍ ଇଞ୍ଜେକ୍ସନ୍ (ରିମେଡସଭିର) ଯୋଗାଉଛନ୍ତି, କୌଣସି ପ୍ରାମାଣିକିକରଣ ବିନା, ଓଡ଼ିଶାର ସମସ୍ତ ସି ଆଣ୍ଡ ଏଫ୍ ଏଜେଣ୍ଟ ଏବଂ ଷ୍ଟକ୍ସିଷ୍ଟମାନଙ୍କୁ ଏଭଳି ଅନିୟମିତତା ଠାରୁ ଦୂରେଇ ରହିବାକୁ ପରାମର୍ଶ ଦିଆଯାଉଛି। କରୋନା ଔଷଧର ବେଆଇନ ମହଜୁଦ ଓ କଳାବଜାରୀ କିମ୍ବା କୌଣସି ବେଆଇନ କାର୍ଯ୍ୟରେ ଲିପ୍ତ ଥିବା ବ୍ୟକ୍ତିଙ୍କ ବିରୋଧରେ ଅପରାଧିକ ଆଇନ ଅନୁଯାୟୀ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/04/ସ-126.jpg)