ଭୁବନେଶ୍ୱର: ମଙ୍ଗଳବାର ଦିନ ରାଉରକେଲାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ବାଚନ ପ୍ରଚାର ପାଇଁ ନେଉଥିବା ହେଲିକପ୍ଟର୍ ଏବଂ ସେଥିରେ ନେଉଥିବା ଲଗେଜ୍କୁ ନିର୍ବାଚନ କମିସନଙ୍କ ଫ୍ଲାଇଙ୍ଗ୍ ସ୍କ୍ଵାଡ୍ ଯାଞ୍ଚ କରିଥିଲେ।
ଶ୍ରୀ ପଟ୍ଟନାୟକ ସମ୍ପୃକ୍ତ ଅଧିକାରୀମାନଙ୍କୁ ସହଯୋଗ କରିବା ସହ ଯାଞ୍ଚ ଶେଷ ପର୍ଯ୍ୟନ୍ତ ହେଲିକପ୍ଟର୍ରେ ବସି ରହି ଅପେକ୍ଷା କରିଥିଲେ। ଶେଷରେ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଧନ୍ୟବାଦ ଜଣାଇଥିଲେ।
ଗତକାଲି ନିର୍ବାଚନ କମିସନଙ୍କ ଫ୍ଲାଇଙ୍ଗ୍ ସ୍କ୍ଵାଡ୍ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ହେଲିକପ୍ଟର୍ ଯାଞ୍ଚ କରିବାକୁ ଗଲାବେଳେ କଥା କଟାକଟି ହୋଇଥିଲା। ଆପଣମାନେ ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର୍ ଯାଞ୍ଚ କରୁଛନ୍ତି କି ବୋଲି ସେ ଅଧିକାରୀମାନଙ୍କୁ ପ୍ରଶ୍ନ କରିଥିଲେ।
/sambad/media/post_attachments/wp-content/uploads/2019/04/cms-heli-1.jpg)
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଯାଂଚ ହେବା ସମୟରେ କୌଣସି ଯୁକ୍ତିତର୍କ ନକରି ମୁଖ୍ୟମନ୍ତ୍ରୀ ସାଧାରଣ ପ୍ରାର୍ଥୀଙ୍କ ପରି ହେଲିକପ୍ଟରରେ ବସିରହିଥିଲେ । ନିର୍ବାଚନ କମିସନଙ୍କ ତଦନ୍ତରେ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ ବିଜେଡ଼ି ସଭାପତି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/04/Naveens-Helecopter-Searched-by-ECI_Thumbnail.jpg)