କଟକ-ଜଗତପୁର :ସାଲେପୁରର ଗୁଜ୍ଜରପୁରରେ ଥିବା ରିଲାଏନ୍ସ ପେଟ୍ରୋଲ ପମ୍ପରେ ଆଜି ନିର୍ବାଚନମଣ୍ଡଳୀ ଦାୟିତ୍ବରେ ଥିବା ଫ୍ଲାଇଂ ସ୍କ୍ବାଡ ଚଢଉ କରିଛି। ଏହି ପେଟ୍ରୋଲ ପମ୍ପ ସାଲେପୁର ବିଧାୟକ ତଥା ନିର୍ବାଚନରେ ସାଲେପୁରରୁ ବିଜେପି ପ୍ରାର୍ଥୀ ହୋଇଥିବା ପ୍ରକାଶ ବେହେରାଙ୍କର ବୋଲି ଜଣାପଡ଼ିଛି।

Advertisment

ସୂଚନା ଅନୁସାରେ, ଫ୍ଲାଇଂ ସ୍କ୍ବାଡ ପେଟ୍ରୋଲ ପମ୍ପ ଅଫିସରେ ଚଢଉ କରି ଛାନଭିନ୍ କରିବା ପରେ ୭ ଲକ୍ଷ ୪୧ ହଜାରର ୮୯୦ ଟଙ୍କା ଜବତ କରିଥିଲେ। ସ୍କ୍ବାଡରେ ମାଜି‌ଷ୍ଟ୍ରେଟଙ୍କ ସହିତ ୧୬ ଜଣ କର୍ମଚାରୀ, ୮ ଜଣ ପୁଲିସ, ଏସିପି ମାନସରଂଜନ ପଟ୍ଟନାୟକ, ଜଗତପୁର ଥାନା ଆଇଆଇସି ପ୍ରଦୀପ୍ତ ନାୟକ ସାମିଲ ହୋଇଥିଲେ। ଜବତ ଅର୍ଥକୁ କଟକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଜିମା ଦିିଆଯାଇଛି।‌

ବିଧାୟକ ଶ୍ରୀ ବେହେରାଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ଯେ ଏହି ଅର୍ଥ ପେଟ୍ରୋଲ ପମ୍ପ୍‌ ସହ ସଂପୃକ୍ତ ବ୍ୟବସାୟୀଙ୍କର। ନିର୍ବାଚନ ସହ ଏହାର କୌଣସି ସଂପର୍କ ନାହିଁ। ଉଦ୍ଦେଶ୍ୟମୂଳକ ଭାବେ ଏଭଳି ଚଢଉ କରାଯାଇଛି ବୋଲି ବିଧାୟକଙ୍କ ପକ୍ଷରୁୁ କୁହାଯାଇଛି।

ଅନ୍ୟପଟେ ସ୍କ୍ବାଡର ଅଧିକାରୀ କହିଛନ୍ତି ଯେ, ଏହି ଟଙ୍କା ବ୍ୟବସାୟୀଙ୍କର ବୋଲି ଉପଯୁକ୍ତ ତଥ୍ୟ ପ୍ରମାଣ ଦେଇ ପାରିଲେ ପରବର୍ତ୍ତୀ ସମୟରେ ‌ଟଙ୍କା ଫେରି ପାଇବାରେ କୌଣସି ସମସ୍ୟା ରହିବ ନାହିଁ।

ସୂଚନାଯୋଗ୍ୟ, ଶ୍ରୀ ବେହେରା କଂଗ୍ରେସ ପ୍ରାର୍ଥୀ ଭାବେ ୨୦୦୧୪ ନିର୍ବାଚନ ଲଢ଼ି ବିଧାୟକ ହୋଇଥିବାବେଳେ ଏଥର କଂଗ୍ରେସ ଛାଡି ବିଜେପିରୁ ପ୍ରାର୍ଥୀ ହୋଇଛନ୍ତି।