ସାଲେପୁର ବିଜେପି ବିଧାୟକ ପ୍ରାର୍ଥୀ ପ୍ରକାଶ ବେହେରାଙ୍କ ପରିବାର ନାଁରେ ଥିବା ପେଟ୍ରୋଲ ପମ୍ପରୁ ଜବତ ହେଲା ୭ଲକ୍ଷରୁ ଉର୍ଦ୍ଧ ଟଙ୍କା, ଫ୍ଲାଇଂ ସ୍କ୍ଵାଡ୍‌ର ତନାଘନା ଜାରି

ଭୁବନେଶ୍ୱର : କଟକ ଜିଲ୍ଲା ଜଗତପୁର ଖଇରା ପୋଲ ନିକଟ ପେଟ୍ରୋଲ ପମ୍ପରେ ଫ୍ଲାଇଂ ସ୍କ୍ଵାଡ୍‌ ଚଢାଉ କରି ଲକ୍ଷାଧିକ ଟଙ୍କା ଜବତ କରିଛି । ଏହି ଚଢାଉ ବେଳେ ୭ରୁ ୮ ଲକ୍ଷ ଟଙ୍କା ଜବତ ହୋଇଥିବା କଟକ ଡିସିପି ସୂଚନା ଦେଇଛନ୍ତି । ତେବେ ଏହି ଟଙ୍କା ତେଲ ବିକ୍ରି ଟଙ୍କା ବୋଲି କହିଛନ୍ତି ପେଟ୍ରୋଲ ପମ୍ପ କର୍ମଚାରୀ । ସେପଟେ ନିର୍ବାଚନ ସମୟରେ ପେଟ୍ରୋଲ ପମ୍ପରୁ ଏଭଳି ଲକ୍ଷାଧିକ ଟଙ୍କା ଜବତ ହେବା ଘଟଣା ପୋଲିସର ସନ୍ଦେହ ପରିସରକୁ ଆସିଛି ।

News State

ସେପଟେ ଗୋଟିଏ ଦିନରେ ଏତେ ଟଙ୍କାର ତେଲ ବିକ୍ରି ଅସମ୍ଭବ ବୋଲି କହିଛନ୍ତି କଟକ ଡିସିପି ଅଖିଳେଶ ସିଂ । ତେବେ ଏନେଇ ତନାଘନା ଜାରି ରହିଛି । ଫ୍ଲାଇଂ ସ୍କ୍ଵାଡ୍‌ ଚଢାଉ କରିଥିବା ପେଟ୍ରୋଲ ପମ୍ପଟି ସାଲେପୁର ବିଜେପି ବିଧାୟକ ପ୍ରାର୍ଥୀ ପ୍ରକାଶ ବେହେରାଙ୍କ ପରିବାର ଲୋକଙ୍କ ନାଁରେ ରହିଥିବା ଜଣାପଡିଛି । ତେବେ ଚଢାଉ ନେଇ ପ୍ରକାଶ ବେହେରାଙ୍କ ପ୍ରତିକ୍ରିୟା ହସ୍ତଗତ ହୋଇପାରି ନାହିଁ । ପେଟ୍ରୋଲ ପମ୍ପରେ ଟଙ୍କା ରଖାଯାଇଥିବା ନେଇ ଜଣାପଡିବା ପରେ ଚଢାଉ କରିଥିଲା ଫ୍ଲାଇଂ ସ୍କ୍ଵାଡ୍‌ ।

ସମ୍ବନ୍ଧିତ ଖବର