ବାଲେଶ୍ୱର: ବାଲେଶ୍ୱର ଜିଲ୍ଲାର ଫକୀର ମୋହନ ମେଡିକାଲ କଲେଜ ଓ ହସ୍ପିଟାଲରେ କୁକୁର କାମୁଡ଼ା ଇଂଜେକସନ ନଥିବାରୁ ଜିଲ୍ଲାମୁଖ୍ୟ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ରୋଗୀମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ।
ସୂଚନା ମୁତାବକ ଆଜି କୁକୁର,ବିଲେଇ ଓ ମାଙ୍କଡ କାମୁଡ଼ାରେ ଆକ୍ରାନ୍ତ ହୋଇ ଦୂରଦୂରାନ୍ତରୁ ଆସିଥିବା ଶତାଧିକ ରୋଗୀ ସକାଳ ୬ଘଟିକାରୁ କାଉଣ୍ଟରରେ ଲାଇନ କରି ଛିଡା ହୋଇଥିଲେ। ହେଲେ ସାଢ଼େ ୯ ଘଟିକା ସମୟରେ ଇଂଜେକସନ ନାହିଁ ବୋଲି କାଉଣ୍ଟରରେ ଥିବା କର୍ମଚାରୀ କହିଥିଲେ। ଏକଥା ଜାଣିବା ପରେ ରୋଗୀଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/11/bls-dog.jpg)
