ବାଲେଶ୍ବର/ରେମୁଣା: ଫକୀରମୋହନ ବିଶ୍ବବିଦ୍ୟାଳୟରେ ଇଣ୍ଟିଗ୍ରେଟେଡ୍ ବିଏଡ୍ ଓ ଏମ୍ଏଡ୍ ପାଠ୍ୟକ୍ରମ କରୁଥିବା ଛାତ୍ରଛାତ୍ରୀମାନେ ଆଜି ବିଶ୍ବବିଦ୍ୟାଳୟ ପୁରୁଣା କ୍ୟାମ୍ପସ୍ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଛାତ୍ରଛାତ୍ରୀମାନଙ୍କ ଅଭିଯୋଗ ହେଲା, ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ବେପରୁଆ ଓ ଖାମଖିଆଲି ମନୋଭାବ ଯୋଗୁଁ ସେମାନେ ଶିକ୍ଷକ ଯୋଗ୍ୟତା ପରୀକ୍ଷା (ଓଟିଇଟି) ଦେଇ ପାରୁନାହାନ୍ତି। ଉଚ୍ଚଶିକ୍ଷା ପରେ ବି ଏମିତି ହଟହଟା ପାଇଁ ଛାତ୍ରଛାତ୍ରୀମାନେ ଘୋର ମାନସିକ ଅଶାନ୍ତିରେ ରହୁଛନ୍ତି।
ଏ ସମ୍ପର୍କରେ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ, ବିଭାଗୀୟ ମନ୍ତ୍ରୀ ଓ ସଚିବଙ୍କୁ ପୂର୍ବରୁ ବାରମ୍ବାର ଅବଗତ କରାଯିବା ସତ୍ତ୍ବେ କିଛି ସୁଫଳ ମିଳିନାହିଁ। ଏହା ବ୍ୟତୀତ ଫର୍ମପୂରଣରେ ବର୍ଦ୍ଧିତ ଫି’ ଆଦାୟ, ଖାତା ମୂଲ୍ୟାୟନରେ ତ୍ରୁଟି ଆଦି କାରଣକୁ ନେଇ ଛାତ୍ରଛାତ୍ରୀ ଅସନ୍ତୁଷ୍ଟ ଅଛନ୍ତି। ଏହାର ପ୍ରତିବାଦରେ ଛାତ୍ରଛାତ୍ରୀମାନେ ଆଜି ଗେଟ୍ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଅଧ୍ୟାପକ, କର୍ମଚାରୀମାନଙ୍କୁ ଭିତରକୁ ଛାଡ଼ି ନ ଥିଲେ। ସନ୍ଧ୍ୟା ପର୍ଯ୍ୟନ୍ତ ବିକ୍ଷୋଭରେ ବସିଥିବା ଛାତ୍ରଛାତ୍ରୀମାନଙ୍କ ମଧ୍ୟରୁ ଜଣେ ଛାତ୍ରୀ ଅଚେତ ହୋଇପଡ଼ିଥିଲେ। ଏହି ଘଟଣାରେ ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ଡ. ମଧୁମିତା ଦାସ ହସ୍ତକ୍ଷେପ କରି ଆସନ୍ତା ୪ ତାରିଖରେ ସରକାରଙ୍କୁ ସମସ୍ୟା ସମ୍ପର୍କରେ ଜଣାଇବେ ବୋଲି ପ୍ରତିଶ୍ରୁତି ଦେବା ପରେ ଛାତ୍ରଛାତ୍ରୀମାନେ ସନ୍ଧ୍ୟାରେ ବିକ୍ଷୋଭରୁ ଓହରିଥିଲେ। ଅନ୍ୟପଟେ ଆସନ୍ତା ୫ ତାରିଖ ଦିନ ଉପରୋକ୍ତ ଦାବି ସମୂହକୁ ନେଇ ଛାତ୍ରଛାତ୍ରୀମାନେ ବିଶ୍ବବିଦ୍ୟାଳୟରୁ ଭୁବନେଶ୍ବର ପର୍ଯ୍ୟନ୍ତ ଏକ ପଦଯାତ୍ରାରେ ବାହାରି ମୁଖ୍ୟମନ୍ତ୍ରୀଙ୍କୁ ଭେଟିବେ ବୋଲି ନିଷ୍ପତ୍ତି ନେଇଛନ୍ତି।
ଏଫ୍ଏମ୍ ବିଶ୍ବବିଦ୍ୟାଳୟରେ ବିଏଡ୍ ଓ ଏମ୍ଏଡ୍ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ
/sambad/media/post_attachments/wp-content/uploads/2019/11/sf54sfh84sf8h74sf8h74sf8h4fs6h84sf56h4sf56h4sf56h4sf56h4.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)