ଭୁବନେଶ୍ବର : ଆଜି ଉପସ୍ଥାପିତ ରାଜ୍ୟ ବଜେଟରେ ସରକାର ମହିଳାଙ୍କ ସଶକ୍ତିକରଣ ଉପରେ ଅଧିକ ଗୁରୁତ୍ବ ପ୍ରଦାନ କରିଛନ୍ତି । ନିଜର ବଜେଟ ଅଭିଭାଷଣ ଆରମ୍ଭରୁ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ କହିଥିଲେ, ସ୍ୱୟଂ ସହାୟକ ଗୋଷ୍ଠୀର ବିକାଶ ଦ୍ୱାରା ମହିଳା ମାନେ ଯତ୍ନଦାତ୍ରୀରୁ ନିର୍ଣ୍ଣୟକାରୀରେ ପରିଣତ ହୋଇଛନ୍ତି ।
୨୦୨୨-୨୩ ଆର୍ଥିକ ବର୍ଷରେ ମିଶନ୍ ଶକ୍ତି କାର୍ଯ୍ୟକ୍ରମ ଅଧୀନରେ ୨ ହଜାର କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି । ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଓ ସେମାନଙ୍କ ଫେଡେରେସନ (ମହାସଂଘ) କୁ ଆର୍ଥିକ ସହାୟତା ପାଇଁ ୭୭୩ କୋଟିର ବ୍ୟୟ ବରାଦ କରାଯାଇଛି । ସେହିପରି ମିଶନ ଶକ୍ତି ଗୃହ ନିର୍ମାଣ ପାଇଁ ୧୭୬ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି ।
ବିଭିନ୍ନ ମହିଳା ଓ ଶିଶୁ କୈନ୍ଦ୍ରିକ ନୀତି ଓ କଲ୍ୟାଣମୂଳକ ପଦକ୍ଷେପ ଗ୍ରହଣ କରିବାକୁ ମୋଟ ୩୫୬୭ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । ମମତା ଯୋଜନା ପାଇଁ ୨୪୭ କୋଟିର ବ୍ୟୟ ବରାଦ କରାଯାଇଛି । ସେହିପରି ରାଜ୍ୟରେ ଆଇସିଡିଏସ କାର୍ଯ୍ୟକାରୀ କରିବାକୁ ରାଜ୍ୟ ସହାୟତା ଦିଗରେ ୪୧୬ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/07/WhatsApp-Image-2022-07-02-at-7.10.20-PM.jpeg)